Pratidin TV

Odisha's Digital News Platform

ମହଙ୍ଗା ପଡିଲା ମର୍ଣ୍ଣିଂ ୱାକ୍ ଯିବା,ଚାପିଦେଲା ଗାଡି ଏକା ସାଙ୍ଗରେ ଚାଲିଗଲା ୨ଜୀବନ

1 min read

ଅନୁଗୁଳ: କାଳ ସାଜିଲା ମର୍ଣ୍ଣିଂ ୱାକ୍ ଯିବା । ଜମ ରୂପରେ ଛପି ବସିଥିଲା ଅଜଣା ଗାଡି । ଆଜି ସକାଳୁ ସକାଳୁ ଘଟିଗଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ମହେନ୍ଦ୍ରା ସୋରୁମ ସମ୍ମୁଖରେ ଆଜି ସକାଳ ୬ ଟା ସମୟ ରେ ମର୍ନିଂ ୱାକ କରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ରେ ଦୁଇ ଯୁବକ ଙ୍କ ଘଟଣା ସ୍ଥଳରେ ମୁତ୍ୟୁ ହୋଇଛି । ପ୍ରତେକ ଦିନ ପରି ଆଜି ମଧ୍ୟ ଦୁଇ ଜଣ ସାଙ୍ଗ ହୋଇ ପ୍ରାତଃ ଭ୍ରବଣରେ ବାହାରିଥିଲେ କିଏ ବା ଜାଣିଛି ଦଇବ ଭଗାରି ସାଜିବ ଆେଉ ସେମାନଙ୍କ ସାଥିରେ ଏମିତି ଘଟିବ । ସୂଚନା ମୁତାବକ ପାଳଲହଡା ମୁକ୍ତାପୁର ଗ୍ରାମର ନାଲକୋ ରେ କାଯ୍ୟରତ ତୁମ୍ବି ସାମାଡା ଙ୍କ ପୁଅ ମାଧବ ସାମାଡା(୨୬) ଓ ମୁକ୍ତାପୁର ରେ ନିଜ ସମ୍ପର୍କୀୟ ଙ୍କ ଘରେ ରହି ମାଲ୍ୟାଗିରି ମହାବିଦ୍ୟାଳୟ +୨ ଦ୍ୱିତୀୟ ବର୍ଷ ରେ ରେ ପାଠ ପଢ଼ୁଥିବା ଦେବଗଡ଼ ଜିଲ୍ଲା ସୁସବ ଗ୍ରାମର ରାଜେଶ ଶୁଣ୍ଢି ଦୁଇ ଜଣ ରାସ୍ତା କଡରେ ମର୍ଣ୍ଣିଂ ୱାର୍କ କରୁଥିବା ସମୟରେ ହଠାତ ଏକ ଅଜଣା ଗାଡି ପଛପଟରୁ ଧକ୍କା ଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ଦୁଇ ଯୁବକ ଙ୍କ ମୃତ୍ୟୁ ହୋଇଛି । ଏନେଇ ଘଟଣା ସ୍ଥଳରେ ଚାପା ଉତେଜନା ଦେଖିବାକୁ ମିଳିଥିଲା । ଦୁଇ ଦିନ ପୂର୍ବରୁ କୋଳିପାଳ ଗାଁ ର ୬୨ ବର୍ଷୀୟ ବୃଦ୍ଧା ତ୍ରିଲୋଚନ ନାଏକ ଙ୍କ ଏହି ରାସ୍ତା ନିକଟରେ ଟ୍ରକ ଧକ୍କା ରେ ପ୍ରାଣ ହରାଇଥିବା ବେଳେ ଆଜି ପୁଣି ଏହି ଦୁର୍ଘଟଣା ପାଇଁ ପାଳଲହଡା ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଲୋକ ଙ୍କ ଠାରୁ ଖବର ପାଇ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *