Pratidin TV

Odisha's Digital News Platform

ବାଇକ୍‌ରେ ଆସୁଥିଲେ ଦୁଇ ବନ୍ଧୁ , ବେକରେ ଲାଗିଗଲା ମାଞ୍ଜା ସୂତା …..

କଟକ ; ମକର ସଂକ୍ରାନ୍ତିରେ ଗୁଡ଼ି ସୂତାରୁ ଅଘଟଣ । ସରକାରଙ୍କ ବାରମ୍ବାର କଟକଣା ସତ୍ତ୍ୱେ ମାଞ୍ଜା ସୂତାର ବ୍ୟବହାର ଦ୍ୱାରା ୨ ଯୁବକଙ୍କ ସହ ଅଘଟଣ ଘଟିଛି ।କଟକ ବାଲିକୁଦା ଛକରେ ଚାଇନା ଗୁଡ଼ି ସୂତା ଲାଗି ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ଯୁବକ ଦୁଇଜଣ ନିଆଳି ରୁ କଟକ ଆସୁଥିବା ବେଳେ ଜଣଙ୍କ ବେକରେ ଓ ଆଉଜଣଙ୍କ ପାପୁଲି ରେ ଗୁଡ଼ି ସୂତା ଲାଗି ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ କଟକ ବଡ଼ ଡ଼ାକ୍ତରଖାନାକୁ ଆଶୁ ଚିକିତ୍ସା ବିଭାଗ କୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *