Pratidin TV

Odisha's Digital News Platform

ରାଜଧାନୀରେ ପୂଜା ବୁଲିବାକୁ ଆସି ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଅସଦାଚରଣ , ବନ୍ଧା ହେଲେ ୨ ଯୁବକ

1 min read

ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ଅସଦାଚରଣ ମାମଲା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ୍ । କଳିଙ୍ଗ ଷ୍ଟାଡିୟମ୍ ଛକରେ ଗାଡ଼ି ୟୁଟର୍ଣ୍ଣ କରିବାକୁ ନେଇ ଦୁଇ ମଦ୍ୟପ ଓ ଡିଆଇଜି ଙ୍କ ମଧ୍ୟରେ ହୋଇଥିଲା ବଚସା । ୨ ଜଣ ହେଲେ ଜଗତସିଂହ ପୁର ର ଶିବାଶିଷ ମହାନ୍ତି , ବିକାଶ ମହାନ୍ତି । ୨ ଜଣ ଭୁବନେଶ୍ବର ପୂଜା ବୁଲିବା ପାଇଁ ଆସିଥିଲେ ।

ଘଟଣା କିଛି ଏପରି ଥିଲା ଯେ ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଦାସ ଓ ତାଙ୍କ ପତ୍ନୀ କଳିଙ୍ଗ ଷ୍ଟାଡିୟମ୍ ଛକରେ କାର ୟୁଟର୍ଣ୍ଣ କରୁଥିବା ବେଳେ ଟ୍ରାଫିକ ରେ ଦୁଇ ଜଣ ଯୁବକ ତାଙ୍କ ଗାଡ଼ି କୁ ଅବରୋଧ କରିଥିଲେ । ଏହାକୁ ଡିଆଇଜି ବିରୋଧ କରିବାରୁ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦୁଇ ମଦ୍ୟପ ଯୁବକ ଅସଭ୍ୟ ଭାଷାରେ ଗାଳି କରିବା ସହ ରାସ୍ତା ଛାଡିନଥିଲେ । ଏହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ଡିଆଇଜି ସତ୍ୟ ରଂଜନ ଦାସ ।

Advertisement

ଗତକାଲି ରାତିରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହେଇଥିଲା । ଅଭିଯୋଗ ପରେ ମଦ୍ୟପ ଯୁବକ ଓ ବ୍ୟବହାର କରୁଥିବା ଗାଡ଼ିକୁ ଜବତ କଲା ପୋଲିସ।

Leave a Reply

Your email address will not be published. Required fields are marked *