Pratidin TV

Odisha's Digital News Platform

କେଉଁଠୁ ଆସୁଛି ଏତେ ସୁନା ? ପୁଣି ବିମାନବନ୍ଦରରୁ ଜବତ ହେଲା ୨୦କେଜି ସୁନା …

1 min read

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ । ମୁମ୍ବାଇ ରୁ ଆସୁଥିବା ଇଣ୍ଡିଗୋ ବିମାନ ରୁସୁନା ଜବତ କଲା CTGST ବିଭାଗ । ଏହି ମାମଲାରେ ୧୭ବ୍ୟବସାୟୀଙ୍କୁ ପଚରା ଉଚୁରା କରୁଛି CT GST ବିଭାଗ । ଏହି ୨୦କେଜି ସୁନା ରୁ ୧୬କେଜି ସୁନାର ହିସାବ ମିଳିଥିବା  ବେଳେ ୪କେଜି ସୁନାର ହିସାବ ମେଳ ଖଉନାହିଁ। ଏହି ବ୍ୟବସାୟୀଙ୍କୁ ଡାକି ପଚରା ଉଚୁରା କରାଯାଉଛି। ଇନ୍ ଭଏସ, ଡେଲିଭରି ଶାର୍ଟିଫିକେଟ ମେଳ ଖାଉନଥିବା ବ୍ୟବସାୟୀଙ୍କୁ ପଚରା ଉଚୁରା କରାଯାଇଛି।

ଆଜି ମଧ୍ୟ ପଚରା ଉଚୁରା ଚାଲିଛି। ତେବେ ଏଥର ଭୁବନେଶ୍ୱର ର ୫ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି, ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ସୁନା ଯାଉଥିଲା। ଗତ ୨୬ତାରିଖ ରେ ମଧ୍ୟ ଏପରି ୩୦କେଜି ସୁନା, ୨୦୦କେଜି ରୂପା CT GST ବିଭାଗ ଜବତ କରିଥିଲା । ଯାଞ୍ଚ ପରେ କିଛି ବ୍ୟବସାୟୀଙ୍କୁ ନୋଟିସ କରିଥିଲେ। ଏନେଇ ଏବେ ବି ତଦନ୍ତ ଜାରି ରହିଛି। ପାର୍ବଣ ଋତୁ ଥିବାରୁ ବ୍ୟବସାୟୀ ଅଧିକ ସୁନା ବ୍ୟବସାୟ ପାଇଁ ଆଣୁଛନ୍ତି। ଏହି  ସୁନା ରାଜସ୍ଥାନ ରୁ ଆସିଥିବା ବେଳେ ତଦନ୍ତ ଜାରି ରହିଥିବା CT GST ସୂତ୍ର ରୁ ଜଣା ପଡ଼ିଛି

Leave a Reply

Your email address will not be published. Required fields are marked *