Pratidin TV

Odisha's Digital News Platform

ଝିଅ ବାହାଘର ପାଇଁ ରଖିଥିଲେ ଅଳଙ୍କାର , ଘରେ ପଶି କଳାକନା ବୁଲେଇଲା ଚୋର …

1 min read

ପୁରୀ : ଝିଅ ବାହାଘରକୁ ଦେଖିଥିଲେ ଅନେକ ସ୍ୱପ୍ନ । ଅଳ୍ପ ଅଳ୍ପ କରି ଅଳିଅଳି ଝିଅକୁ ଦେବା ପାଇଁ ଯୋଗାଡ ତିଆରି କରିଥିଲେ ପାଖାପାତ୍କ ୨୦ ଲକ୍ଷ ଟଙ୍କାର ଅଳଙ୍କାର । ହାର , କାନଫୂଲଠାରୁ ଆରମ୍ଭ କରି ହାତ ମୁଦି ପାଦ ମୁଦି ଯାଏଁ ସବୁ ଟିକି ନିଖି କିଣି ଆଣିଥିଲେ । ହେଲେ ସେ କଣ ଜାଣିଥିଲେ ଦିନେ ତାଙ୍କଲ ଘରେ ଏଭଳି କଳାକନା ବୁଲିଯିବ । ଝାଳଭୁଆ ଧନରେ ନିଜ ଝିଅ ପାଇଁ ତିଆରି କରିଥିବା ସୁନ ରୂପା ଅଳଙ୍କାରକୁ କିଏ ଆଖି ଆଗରୁ ଲୁଟିନେବ ।

ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ଥାନା ବେରୁହଁ ଶାସନ ଗ୍ରାମରେ ଏପରି ଏକ ବଡଧରଣର ଚୋରି ହୋଇଛି । ଗାଁର ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଜେନାଙ୍କ ଘରୁ ବିଳମ୍ବିତ ରାତିରେ ଏହି ଚୋରି ହୋଇଛି । ଗ୍ରୀଲ ତାଡି ରାତିରେ ଆଲମିରାରୁ ୭ଟି ସୁନାହୀରା, ୩ଟି ସୁନା ମୁଦି, ୪ଟି ସୁନାପଲା, ଚେନ୍ ସମେତ ନଗଦ ୨ ଲକ୍ଷ ଟଙ୍କା ଚୋରି ହୋଇଛି । ଘଟଣାସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *