ମହାରାଷ୍ଟ୍ର ରାଜନୀତିରେ ମହନାଟକ: ୨୦ ଶିବସେନା ବିଧାୟକଙ୍କ ପତ୍ତା ମିଳୁନି
1 min readନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାରରେ ସଙ୍କଟ ଦେଖାଦେଇଛି । ବିଧାନପରିଷଦ ନିର୍ବାଚନରେ କ୍ରସ୍ ଭୋଟିଂ ପରେ ସଙ୍କଟ ବଢିଛି । ମହାରାଷ୍ଟ୍ରରେ ୨୦ ଶିବସେନା ବିଧାୟକଙ୍କ ପତ୍ତା ମିଳୁନି । ସେମାନେ ବରିଷ୍ଠ ନେତା ଏକନାଥ ସିନେ୍ଧଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା ମିଳିଛି । ବିଜେପିର ଜଣେ ପ୍ରାର୍ଥୀ ଅଧିକ କ୍ରସ୍ ଭୋଟିଂରେ ଜିତିଛନ୍ତି । ଏମଭିଏ ପ୍ରାର୍ଥୀ କଂଗ୍ରେସର ଚନ୍ଦ୍ରକାନ୍ତ ହାଣ୍ଡୋରା ହାରିବା ପରେ ଏମଭିଏରେ ଏଭଳି ସଙ୍କଟ ଦେଖାଦେଇଛି । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବୈଠକ ଡାକିଛନ୍ତି ।
ଅନ୍ୟପଟେ ଶିବସେନାରେ ବିଦ୍ରୋହ କଥାକୁ ବରିଷ୍ଠ ନେତା ସଞ୍ଜୟ ରାଉତ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଏକନାଥ ସିନେ୍ଧଙ୍କୁ ମନାଇବାକୁ ଚେଷ୍ଟା ଚାଲିଛି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକନାଥ ପୁରୁଣା ଶିବ ସୈନିକ, ବିନା ସର୍ତ୍ତରେ ସେ ଆମ ସହ ରହିବେ ଓ ସରକାର ପତନ ଘଟାଇବା ପାଇଁ ଚାଲିଥିବା ଉଦ୍ୟମ ସଫଳ ହେବନି ।