Pratidin TV

Odisha's Digital News Platform

୩୦ ବର୍ଷରେ ୨୦ ଥର ବିବାହ କଲେ ମହିଳା , ଭିଡିଓ ହେଉଛି ଭାଇରଲ ..

1 min read

ବିବାହ ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ | ଗୋଟିଏ ପଟେ ଝିଅ ମାନେ  ନିଜ ପରିବାର ଆଉ ଗୋଟେ  ପରିବାରରେ ଯୋଗ ଦେଇଥିବାବେଳେ ଅନ୍ୟ ପଟେ ପୁଅମାନଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳେ । କେତେକ ଲୋକ ବିବାହର ମହତ୍ତ୍ୱ ବୁଝନ୍ତି  ନାହିଁ ଆଉ କେତେକ ଏକରୁ ଅଧିକ ବିବାହ କରନ୍ତି | ତେବେ ଏହାରି ମଧ୍ୟରେ ଏକ ମହିଳା ର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟେ ମହିଳା 30 ବର୍ଷରେ 20 ଥର ବିବାହ କରିଛନ୍ତି |

ସୋସିଆଲ ମିଡିଆରେ ଜଣେ ମହିଳା ର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ମହିଳା  କନିଆଁ ପରି ସଜେଇ ହୋଇ  ଖଟ ଉପରେ ବସିଛନ୍ତି । ଏହି ସମୟରେ, ଜଣେ ବ୍ୟକ୍ତି ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି, ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ବିବାହ କରିଛନ୍ତି? ମହିଳା ଉତ୍ତର ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେ 20 ଟି ବିବାହ କରିଛନ୍ତି।

Advertisement

ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ ସେ କହୁଛନ୍ତି ଯେ ତାଙ୍କୁ ତିରିଶ ବର୍ଷ ବୟସ ହୋଇଛି ଏବଂ ସେ 20 ଥର ବିବାହ କରିଛନ୍ତି। ଏଥିମଧ୍ୟରୁ ତାଙ୍କ ସ୍ୱାମୀଙ୍କ ପାଞ୍ଚ କିମ୍ବା ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ତାଙ୍କୁ ଛାଡି ଚାଲିଯାଇଛନ୍ତି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି।

Leave a Reply

Your email address will not be published. Required fields are marked *