ଅଚଳ ହେବ ୨୦୦୦ ଟଙ୍କିଆ ନୋଟ୍ ; ଏହି ମାସ ସୁଦ୍ଧା ଶୀଘ୍ର ବଦଳାନ୍ତୁ ..
1 min readନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ୍ର ବଡ ନିଷ୍ପତ୍ତି । ଖୁବ୍ ଶୀଘ୍ର ଅଚଳ ହେବ ୨୦୦୦ ଟଙ୍କିଆ ନୋଟ୍ । ଯଦି ଆପଣଙ୍କ ପାଖେô ଅଛି ଏହି ନୋଟ୍ ତେବେ ତୁରନ୍ତ ଯାଇ ବ୍ୟାଙ୍କରେ ବଦଳାଇପାରିବେ ।
୨୦୧୬ ମସିହା ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ବଡ ଘୋଷଣା କରିଥିଲେ । ଏହି ଦିନ ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ ମୋଦୀ । ଏଥିସହିତ ବଜାରରେ ନୂଆ ୫ ଶହ ଓ ୨ ହଜାର ଟଙ୍କିଆ ନୋଟ୍ ଜାରି କରାଯାଇଥିଲା । ତେବେ ଏହାର ପ୍ରାୟ ୭ ବର୍ଷ ପରେ ଏହି ନୋଟକୁ ପୁଣି ଅଚଳ କରିବାକୁ ଆରବିଆଇ ବଡ ନିଷ୍ପତ୍ତି ନେଇଛି ।
ତେବେ ଆପଣମାନେ ମେ ୨୩ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ଏହି ୨୦୦୦ ଟଙ୍କିଆ ନୋଟ୍କୁ ବଦଳାଇ ଅଲଗା ନୋଟ୍ ଆଣିପାରିବେ । ନିକଟସ୍ଥ ଯେକୌଣସି ବ୍ୟାଙ୍କ୍ରେ ଗ୍ରାହକ ମାନେ ନିଜ ଟଙ୍କାକୁ ବଦଳାଇପାରିବେ । ତେବେ ଆପଣଙ୍କ ପାଖରେ ଯଦି ୨ ହଜାର ଟଙ୍କିଆ ନୋଟ୍ ଅଛି । ତେବେ ବିଲକୁଲ୍ ବି ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ଟଙ୍କା ବର୍ତମାନ ପାଇଁ ବୈଧ ରହିବ ବୋଲି ଆରବିଆଇ ସୂଚନା ଦେଇଛି । ସେପ୍ଟମ୍ବର ୩୦ ପରେ କିନ୍ତୁ ଏହା ଅଚଳ ହୋଇଯିବା । ତାପୂର୍ବରୁ ଆପଣମାନେ ଏହାକୁ ବଦଳାଇ ପାରିବେ ।
ଥରକେ ବା ଗୋଟେ ଦିନରେ ଆପଣ ସର୍ବାଧିକ ୨୦ ହଜାର ଟଙ୍କା ବଦଳାଇ ପାରିବେ । ଏହା ବର୍ତ୍ତମାନଠୁ ଗ୍ରାହକମାନଙ୍କୁ ମଧ୍ୟ ୨ ହଜାର ଟଙ୍କିଆ ନୋଟ୍ ଦେବାକୁ ବ୍ୟାଙ୍କ୍ଗୁଡିକୁ ମନା ହୋଇଛି ।