Pratidin TV

Odisha's Digital News Platform

ପ୍ରକାଶ ପାଇଲା ୨୦୨୪ ନିଟ ୟୁଜି ରି-ଟେଷ୍ଟ ରେଜଲ୍ଟ,

1 min read

ପ୍ରକାଶ ପାଇଲା ନିଟ୍ ରି-ଟେଷ୍ଟ୍ ପରୀକ୍ଷା ଫଳ । ନିଟ ପରୀକ୍ଷାରେ ବହୁ ବିବାଦ ପରେ ପୁନର୍ବାର ଅନୁଷ୍ଠିତ ହୋଇଥିବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ୟୁଜି ଫଳାଫଳ ପ୍ରକାଶ ପାଇଛି। ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା(ଏନଟିଏ) ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି | ଯେଉଁ ପରିକ୍ଷାର୍ଥୀମାନେ ପରୀକ୍ଷା ଦେଇଛନ୍ତି ସେମାନେ ଏନଟିଏର ଓ୍ବେବସାଇଟ୍‌ questions.nta.ac.in/NEET କୁ ଯାଇ ଫଳାଫଳ ଦେଖିପାରିବେ |

ସୂଚନା ଅନୁଯାୟୀ, ନିତ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ଛାତ୍ରଛାତ୍ରୀ ଅସନ୍ତୋଷ ପାଇବା ସହ ସୁପ୍ରିମକୋର୍ଟ ହୋଇଛି ମାମଲା ରୁଜୁ | ବର୍ତ୍ତମାନ ଏହାର ଯାଞ୍ଚ CBI କରୁଛି | ତେବେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଗ୍ରେସ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀଙ୍କର ପୁନଃ ପରୀକ୍ଷା କରାଇବାକୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ଗତ ଜୁନ ୨୩ରେ ସାନି ପରୀକ୍ଷା ହୋଇଥିଲା। ୮୧୩ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଯେଉଁ ଛାତ୍ରଛାତ୍ରୀମାନେ ପୁନଃ ପରୀକ୍ଷା ଦେବେନାହିଁ ସେମାନଙ୍କ ପୂର୍ବ ପରୀକ୍ଷା ଫଳରୁ ଗ୍ରେସ ମାର୍କକୁ ବାଦ୍‌ ଦେଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲା |

Advertisement

Leave a Reply

Your email address will not be published. Required fields are marked *