Pratidin TV

Odisha's Digital News Platform

ସ୍ୱାମୀ-ସ୍ତ୍ରୀଙ୍କ ଗାଡିରୁ ଜବତ୍ ହେଲା ଗଞ୍ଜେଇ, ଆରେଷ୍ଟ ପରେ କରାଗଲା କୋର୍ଟ ଚାଲାଣ ….

ସୁବର୍ଣ୍ଣପୁର ; ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ପାଟ୍ରୋଲିଙ୍ଗ କରୁଥିବା ସମୟରେ ପାଖାପାଖି ୨୧ କେଜି ଗଞ୍ଜେଇ ଧରିବାରେ ସଫଳ ହୋଇଛି । ଆଜି ବିନିକା ଅବକାରୀ ଥାନା ଅଞ୍ଚଳର କର୍ତଙ୍ଗ ଛକରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଛତିଶଗଡ ନମ୍ବର ଥିବା ଗାଡିକୁ ଅଟକାଇ ଥିଲା ଅବକାରୀ ବିଭାଗ ।

ଗାଡିକୁ ଚେକିଙ୍ଗ କରିବା ବେଳେ ସେଥିରେ ଦୁଇଟି ବସ୍ତାରେ ପାଖାପାଖି ୨୧ କେଜି ଗଞ୍ଜେଇ ମିଳିଥିଲା । ଏହି ଗାଡିରେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ବସିଥିବା ଦେଖିବାକୁ ପାଇଥିଲା ଅବକାରୀ ବିଭାଗ । ସେମାନଙ୍କ ଠାରୁ ୨୧ କେଜି ଗଞେଇ ଜବତ କରିବା ସହିତ ଦୁଇ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସେମାନେ ଦୁଇଜଣ ମଧ୍ୟପ୍ରଦେଶ ରାଜ୍ୟର ଅନିଲ ସୋନି ଓ ରଜନିତ ସୋନି ବୋଲି ଜଣାପଡିଛି । ସେମାନଙ୍କୁ ଆଜି କୋର୍ଟ ଚାଳାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷୀକା ।

Leave a Reply

Your email address will not be published. Required fields are marked *