Pratidin TV

Odisha's Digital News Platform

ଭୀମସାରରେ ହେଲା ଏକୋଇଶିଆ ; ବୋରୱେଲ ରୁ ଉଦ୍ଧାର ଶିଶୁ କନ୍ୟାର ନାଁ ରହିଲା ‘ବିଜୟିନୀ’ …..

1 min read

ସମ୍ବଲପୁର ; ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲାରିପାଲି ଗାଁ ଜଙ୍ଗଲ ଭିତରୁ ପରିତ୍ୟାକ୍ତ ବୋରୱେଲ ରୁ ଉଦ୍ଧାର ଶିଶୁ କନ୍ୟାର ଏକୋଇଶିଆ ଭୀମସାର ମେଡିକାଲ ରେ ଆୟୋଜିତ କରାଯାଇଛି । ଗତ ଡିସେମ୍ବର ୧୨ ତାରିଖ ରେ ଶିଶୁକନ୍ୟା ଟିକୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରାଯାଇଥିବା ବେଳେ ସେହି ଦିନଠାରୁ ଶିଶୁକନ୍ୟା ଟି ବୁର୍ଲା ଭୀମସାର ମେଡିକାଲ ର SNCU ରେ ଚିକିତ୍ସିତ ହେଉଥିଲା । ଶିଶୁକନ୍ୟା ଟିର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ ଭଲ ହୋଇଯାଇଥିବା ବେଳେ ସୋମବାର ଭୀମସାର ମେଡିକାଲ ରେ ଏକୋଇଶିଆ ଅନୁଷ୍ଠିତ ହୋଇଛି ।

ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ନବଜାତ ଶିଶୁକନ୍ୟାର ନା ବିଜୟିନୀ ରଖାଯାଇଛି । ସୋମବାର ବୁର୍ଲା ମେଡିକାଲରେ ଅନୁଷ୍ଠିତ ହୋଇଥିଲା ଏକୋଇଶିଆ । ଏଥିପାଇଁ ଯୋଶଦା ହୋଇ ମାଁ ଭଳି ପାଳନ କରିଥିବା ଅନେକ ମା ଆଜି ଖୁସିରେ ହୋଇଛନ୍ତି ବିଭୋର । ହେଲେ ଶିଶୁକନ୍ୟା ଟି ଏପର୍ଯ୍ୟନ୍ତ ତାର ପ୍ରକୃତ ମାଁ ଓ ବାପା କିଏ ଜାଣି ପାରିନାହିଁ । ଜୀବନ ଯୁଦ୍ଧ ରେ ବିଜୟ ହେଇଥିବା ଯୋଗୁଁ ଶିଶୁକନ୍ୟାର ନା ମେଡିକାଲ କତୃପକ୍ଷ ବିଜୟିନୀ ରଖିଛନ୍ତି ।

ଶିଶୁକନ୍ୟା ଟିକୁ ନିଜ ବାପା ମା ପର କରିଦେଇଥିବା ବେଳେ ଆଦରି ନେଇଛନ୍ତି ଭୀମସାର ମେଡିକାଲ କତ୍ତୃପକ୍ଷ । ମେଡିକାଲ କତୃପକ୍ଷ ଶିଶୁ କନ୍ୟା ଟିକୁ କେବଳ ତାର ନାଁ ଦେଇନି ବରଂ ଭୀମସାର ର ଡାକ୍ତରଙ୍କ ଠାରୁ ସେ ପାଇଛି ସ୍ନେହ, ମମତା ଓ ଆଦର । ଏହାସହ ବିଜୟିନୀ ପାଲଟିଗଲା ପୁରା ଭୀମସାର ର ଝିଅ ।

ଏଥିପାଇଁ ସୋମବାର ପୂଜାର୍ଚନା ପରେ ବାହାରେ ଥିବା ଅନେକ ମାଁ ମାନଙ୍କୁ କେକ ଦିଆଯାଇ ଖୁସି ବଣ୍ଟା ଯାଇଛି । ଏବେ ପ୍ରତ୍ୟେକ ଦିନ ବିଜୟିନୀ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି । ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ବିଜୟିନୀ ଆଉ କିଛି ଦିନ ପରେ ବାହରିବ ମେଡିକାଲ ରୁ ।ଏହା ପରେ ବିଜୟିନୀ ର ଭାଗ୍ୟ ନିର୍ଧାରଣ କରିବ ଜିଲ୍ଲା ପ୍ରଶାସନ ।

Leave a Reply

Your email address will not be published. Required fields are marked *