Pratidin TV

Odisha's Digital News Platform

ମଣିଷ ଙ୍କ ପରେ ଏବେ ଦୁର୍ଘଟଣାର ଶିକାର ହେଲେ ଶ୍ରୀ ଗଣେଶ …

1 min read

ଦିନ କୁ ଦିନ ବଢି ଚାଲିଛି ଦୁର୍ଘଟଣା କେତେବେଳେ ସଡ଼କ ଦୁର୍ଘଟଣା ପୁଣି କେତେବେଳେ ରେଳ -ବିମାନ ଦୁର୍ଘଟଣାରେ ଚାଲିଯାଉଛି ଅନେକ ଲୋକ ଙ୍କ ଜୀବନ । ହେଲେ କେବେ ଶୁଣିଛନ୍ତି କି ମଣିଷ ନୁହେ ସ୍ଵଂୟ ଭଗବାନ ଦୁର୍ଘଟଣାରେ ଶିକାର ହେବା । ହେଲେ ଯାହା ଘଟି ନଥିଲା ତାହା ଏବେ ଘଟିଛି , ଦୁର୍ଘଟଣାର ଶିକାର ହେଲେ ଶ୍ରୀ ଗଣେଶ  । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିଅରରେ । ମଧ୍ୟପ୍ରଦେଶର ଗ୍ୱାଲିଅରରେ  ସ୍ଥାପନ ହେବାକୁ ଯାଉଥିବା ଭଗବାନ ଗଣେଶଙ୍କ ୨୨ ଫୁଟର ପ୍ରତିମା ରାସ୍ତାରେ ଥିବା ଖାଲ ଯୋଗୁଁ ତଳେ ପଡ଼ିଯାଇଥିଲା। ଏହି କାରଣରୁ ମୂର୍ତ୍ତି ନଷ୍ଟ ହୋଇଥିଲା ବେଳେ ଶୋଭାଯାତ୍ରାରେ ଥିବା ଅନେକ ଲୋକ ମଧ୍ୟ ଆହତ ହୋଇଥିଲେ।

ସୂଚନାନୁସାରେ, ଏହି ଘଟଣା ଖଲାସିପୁରାରେ ଘଟିଥିଲା ​​ଏବଂ  ବଡ ପ୍ରତିମୂର୍ତ୍ତି ଏଠାରେ ସ୍ଥାପନ ହେବାକୁ ଯାଉଥିଲା। ଏହି ରୋଡରେ ଥିବା ନବାବ ସାହେବଙ୍କ କୂଅ ସମ୍ମୁଖରେ ଗଣେଶଜୀଙ୍କ ରଥ ପହଞ୍ଚିବା ମାତ୍ରେ ଖାଲଖମା ଯୋଗୁ ମୂର୍ତ୍ତିଟି ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଇଥିଲା। ଫଳରେ ଶୋଭାଯାତ୍ରାରେ ଥିବା ଲୋକଙ୍କ ଉପରେ ପଡ଼ିବାରୁ ଅନେକ ଲୋକ ଆହତ ହୋଇଥିଲେ। ଘଟଣା ପରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖାଲଖମା ଯୋଗୁ ଏଭଳି ଅଘଟଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *