Pratidin TV

Odisha's Digital News Platform

କେଦାରନାଥରେ ଉଭାନ ହୋଇଗଲା ୨୨୮ କିଲୋଗ୍ରାମ ସୁନା , ଶଙ୍କରାଚାର୍ଯ୍ୟ ଆଣିଲେ ଅଭିଯୋଗ..

1 min read

 ଦିଲ୍ଲୀର ବୁରାରୀରେ ହେବ କେଦାରନାଥ ମନ୍ଦିର ନିର୍ମାଣ । ଯାହାକୁ ନେଇ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ତେବେ ବର୍ତ୍ତମାନ ଜ୍ୟୋର୍ତିମଠଙ୍କ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏ ସମ୍ପର୍କରେ ଆଣିଛନ୍ତି ଏକ ଗୁରୁତର ଅଭିଯୋଗ । ସେ କହିଛନ୍ତି, କେଦାରନାଥରେ ଏକ ସୁନା ଘୋଟାଲା ହୋଇଛି, । ହେଲେ ଏଯାଏଁ ଏହି ପ୍ରସଙ୍ଗ ଉଠାଯାଇନାହିଁ । କାହିଁକି ଏହି ପ୍ରସଙ୍ଗ ଉଠାଯାଇ ନାହିଁ? ସେଠାରେ ହୋଇଥିବା ଘୋଟାଲା ପରେ ବର୍ତ୍ତମାନ କେଦାରନାଥ ଦିଲ୍ଲୀରେ ନିର୍ମାଣ ହେବ। ତା’ପରେ ଆଉ ଏକ ଘୋଟାଲା ହେବବୋଲି  ସେ କହିଛନ୍ତି, । କେଦାରନାଥରୁ ୨୨୮ କିଲୋଗ୍ରାମ ସୁନା ନିଖୋଜ ହୋଇଯାଇଛି। ଆଜି ପର୍ଯ୍ୟନ୍ତ ଏହା ଉପରେ କୌଣସି ଅନୁସନ୍ଧାନ କରାଯାଇ ନାହିଁ। ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଛନ୍ତି ?

ବର୍ତ୍ତମାନ କୁହାଯାଉଛି ଯେ ଦିଲ୍ଲୀରେ କେଦାରନାଥ ନିର୍ମାଣ ହେବ, ଏହା ହୋଇପାରିବ ନାହିଁ। ନରେନ୍ଦ୍ର ମୋଦି ଆମର ଶତ୍ରୁ ନୁହଁନ୍ତି। ଆମେ ତାଙ୍କର ଶୁଭେଚ୍ଛୁ, ସର୍ବଦା ତାଙ୍କ କଲ୍ୟାଣ ଚାହୁଁ। ସେ କୌଣସି ଭୁଲ କଲେ, ଆମେ ଏହା ବିଷୟରେ କହିବୁ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପରେ ଆୟୋଜିତ ଶୁଭ ଆଶୀର୍ବାଦ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଥିଲେ। ସେଠାରେ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଅନନ୍ତ ରାଧିକାଙ୍କୁ ଆଶୀର୍ବାଦ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ନିକଟକୁ ଯାଇ ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଦିଲ୍ଲୀର କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *