ବନ୍ୟାଜଳରେ ଭାସିଗଲେ ୨୩ ଯବାନ , ମିଳୁନି ପତ୍ତା …
1 min readନୂଆଦିଲ୍ଲୀ ; ସକାଳୁ ସକାଳୁ ଅଘଟଣ । ଉତ୍ତର ସିକିମ୍ରେ ହୋଇଥିବା ବାଦଲ ପଟା ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଠାତ୍ ସିକିମ୍ର ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପଶିଯିବା ଯୋଗୁଁ ସେନା କ୍ୟାମ୍ପଗୁଡିକ ପାଣିରେ ଭାସିଯାଇଥିଲା । ଫଳରେ କ୍ୟାମ୍ପ ଭିତରେ ଶୋଇଥିବା ଯବାନ ମଧ୍ୟ ଭାସିଯାଇଛନ୍ତି । ମୋଟ୍ ୨୩ ଜଣ ଯବାନ ଭାସିଯାଇଥିବା ସୂଚନା ମିଳିଛି । ସେପଟେ ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ସିକ୍କିମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏସଏସଡିଏମଏ) ଚେତାବନୀ ଜାରି କରି କହିଛି, ମଙ୍ଗାନ ଜିଲ୍ଲାର ଉତ୍ତର ଭାଗରେ ବାଦଲ ଫାଟିବା ଯୋଗୁଁ ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସତର୍କ ରହିବା ସହ ନଦୀ ଅବବାହିକା ନିକଟକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ଆଦର୍ଶଗାଓଁ, ସମରଦୁଙ୍ଗ ଓ ମେଲି ସମେତ ଅନ୍ୟ ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।