Pratidin TV

Odisha's Digital News Platform

୨୩ ବର୍ଷରେ ୨୪ ପିଲାର ମାଆ ହେଲେ ଏହି ସୁନ୍ଦରୀ ମହିଳା ..

1 min read

ସୁନ୍ଦରୀ ରୂପବତୀ ବୟସ ମାତ୍ର  ୨୩ ବର୍ଷ ହେଲେ 23 ବର୍ଷରେ ସେ ହୋଇଛନ୍ତି   ୨୪ ପିଲାର ମାଆ। ବଡ଼ ପୁଅର ବୟସ 18 ବର୍ଷ ଆଉ ସାନ ପୁଅର ବୟସ ମାତ୍ର 2 ବର୍ଷ । ଏହି ମହିଳାଙ୍କର 16  ଜଣ ପୁଅ ଆଠ ଝିଅ ଥିବା ଦାବି କରିଛନ୍ତି ମହିଳା । ଏକଥା ଶୁଣି ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । କାରଣ 23 ବର୍ଷରେ  ୨୪ ପିଲାର ମାଆ ହେଲା କେମିତି ଏହା କେମିତି ସମ୍ଭବ । ଏ ଘଟଣା ଦେଖିବା ଏମିତି ସବୁ ପ୍ରଶ୍ନ ମନକୁ ଆସିଛି । ହେଲେ ସେହି ମହିଳା ଜଣକ ନିଜେ ତାଙ୍କ ପିଲାଙ୍କ ବିଷୟରେ ବୟାନ ଦେଇଛନ୍ତି  ।

 ଯାହା ସୋସିଆଲ ମିଡିଆରେ  ଭାଇରଲ ହେବାରେ ଲାଗିଛି । ସେହି ମହିଳା ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ର ଖୁସୁବ ପାଠକ ।  ଯାହାଙ୍କ ଭିଡିଓ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି  । ହେଲେ ତାଙ୍କୁ ଦେଖିଲା ଜଣାପଡ଼ୁନି ସେ 24 ପିଲାର ଜନନୀ ବୋଲି  । ବାସ୍ତବରେ ଜଣେ ମହିଳା ସାମ୍ବାଦିକଙ୍କ ତାଙ୍କ ସହ କଥାବାର୍ତ୍ତା କରିଥିଲେ  । କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ତାଙ୍କୁ ୨୩ ବର୍ଷ ଏବଂ ତାଙ୍କର ୨୪ ସନ୍ତାନ ଅଛନ୍ତି ।   ସାମ୍ବାଦିକ ଜଣଙ୍କ ଏହା ଶୁଣି ତାଙ୍କୁ ପଚାରିଥିଲେ ତୁମେ ତୁମର ପିଲାଙ୍କ ନାମ ମନେ ରଖିଛ କି? ଏହାର ଉତ୍ତରରେ ସେ କହିଥିଲେ ତାଙ୍କ ପିଲାଙ୍କ ନାମ ଏକ , ଦୁଇ ତିନି ହିସାବରେ ରଖିଛନ୍ତି । ତେବେ ଏହି ଭିଡିଓ ଭାଇରଲ ପରେ ବେଶ ଚର୍ଚ୍ଚାରେ ରହିଛନ୍ତି  ଖୁସୁବ ପାଠକ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ଗଣମାଧ୍ୟମ ପ୍ରକୃତ ସତ ଜାଣିବା ପାଇଁ ତାଙ୍କ ପାଖକୁ ଯାଇଥିଲେ । ତେବେ ଅନେକ ଅନୁସନ୍ଧାନ ପରେ ସାମ୍ନାକୁ ଆସିଲା ସୁନ୍ଦରୀଙ୍କ ସତ ।

Advertisement

ଖୁସୁବ ଙ୍କ ବୟସ ଏବଂ ତାଙ୍କ ସନ୍ତାନ ବିଷୟରେ ତାଙ୍କ ରାଶନ କାର୍ଡରେ ଉଲ୍ଲେଖ ରହିଛି ।ଖୁସୁବ ତାଙ୍କ ସନ୍ତାନ କୁ ନେଇ କହିଥିବା କଥା ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡିଛି  ।ମହିଳାଙ୍କ ରାସନ କାର୍ଡରେ କେବଳ ତାଙ୍କର ଦୁଇ ସନ୍ତାନ ଉଲ୍ଲେଖ କରାଯାଇଛି | ଖୁସୁବ ପାଠକ ହେଉଛନ୍ତି ଉତ୍ତରପ୍ରଦେଶ ଆମ୍ବେଦକର ଗ୍ରାମର ବାସିନ୍ଦା | ତାଙ୍କ ସ୍ୱାମୀ ସଚ୍ଚିଦାନନ୍ଦ ପାଠକ ଜଣେ ଡ୍ରାଇଭର ଅଟନ୍ତି | ଖୁସୁବ ଙ୍କ ପ୍ରକୃତ ବୟସ 28 ସେ 12 ବର୍ଷ ହେବ ବିବାହ କରିଛନ୍ତି  | ଖୁସବୋ କହିଛନ୍ତି ଯେ ସେ ବିବାହ କରିବା ଦିନଠାରୁ ସେ ନିଜର ପରିଚିତ ଏବଂ ସମ୍ପର୍କୀୟମାନଙ୍କୁ ଥଟ୍ଟା କରି କହିଥଲେ ଯେ ତାଙ୍କର 24 ସନ୍ତାନ ଅଛନ୍ତି। ପରେ କେହି ଜଣେ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ମଧ୍ୟ ଏହି ଉପହାସକୁ ସୃଜନଶୀଳ ଭାବରେ ବ୍ୟବହାର କରି ଟଙ୍କା ରୋଜଗାର କରିପାରିବେ | ସେ ଅଭିନୟ, ଗୀତ ଏବଂ ନୃତ୍ୟକୁ ଭଲ ପାଉଥିଲେ। ଏହି କାରଣରୁ ସେ ଟଙ୍କା ରୋଜଗାର କରିବା ପାଇଁ ଏପରି ଭିଡିଓ ତିଆରି କରିବା ଆରମ୍ଭ କଲେ | ତେବେ ପ୍ରକୃତ ସତ ହେଉଛି ଏହି ଭାଇରଲ ମହିଳା ଙ୍କର କେବଳ ଦୁଇଟି ସନ୍ତାନ ରହିଛି  |

Leave a Reply

Your email address will not be published. Required fields are marked *