ରେଳ ପ୍ରକଳ୍ପକୁ ବିରୋଧ କରି କେନ୍ଦୁଝରରେ ଟ୍ରକ ମାଲିକ ସଂଘଙ୍କ ୨୪ ଘଣ୍ଟିଆ ବନ୍ଦ ପାଳନ
1 min readକେନ୍ଦୁଝରରେ ଚକ, ଅଖ ବନ୍ଦ। ରେଳ ପ୍ରକଳ୍ପକୁ ବିରୋଧ କରି କେନ୍ଦୁଝରରେ ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛି ଟ୍ରକ ମାଲିକ ସଂଘ। କେନ୍ଦୁଝରଗଡ଼ ଷ୍ଟେସନରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ କଲେ ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଦସ୍ୟ । ଆଜି ଜିଲା ଟ୍ରକ ମାଲିକ ସଂଘ କେନ୍ଦୁଝର ବନ୍ଦ କରିଛ, ଟ୍ରକ, ବସ , ଟ୍ରେନ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯିବା ସହିତ, ଅତ୍ୟାବଶ୍ୟକ ଯାନ ଗୁଡିକୁ ଛଡା ଯାଉଛି, କେନ୍ଦୁଝର ରେଳ ଷ୍ଟେସନ ସମେତ, ଜିଲାପାଳ ଅଫିସ, ଗାନ୍ଧୀ ଛକ,ଓଏମ୍ସି ଶୁଆକାଠି, ସହିତ ଜିଲାର ବିଭିନ୍ନ ସ୍ଥାନରେ ବନ୍ଦ କରାଯାଇଛି |
ତେବେ କେନ୍ଦୁଝର ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କା ବଜେଟ ରେ ବ୍ୟୟ ବରାଦ ପରେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ହୋଇଥିଲା । ଯାହାକି ସିଧା ସଳଖ କେନ୍ଦୁଝର ଜିଲ୍ଲାର ଭାତ ହାଣ୍ଡି କୁହା ଯାଉଥିବା ଟ୍ରକ ବ୍ୟବସାୟ ଭୂଷୁଡି ପଡ଼ିବାକୁ ଯାଉଅଛି । ତାହାକୁ ବିରୋଧ କରି ଯାନବାହାନ ଚଳାଚଳ ବନ୍ଦ ହୋଇଛି। ସହରରେ ଦୋକନ ବଜାର ବନ୍ଦ ରହିବା ସହ ବସ୍ ଚଳାଚଳ ଠପ ହୋଇଛି। ଟ୍ରକ, ବସ , ଟ୍ରେନ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ହୋଇଛି।
ଟ୍ରକ ବ୍ୟବସାୟ ଉପରେ କେନ୍ଦୁଝରର ଅର୍ଥନୀତି ନିର୍ଭର କରୁଥିବା ବେଳେ ଟ୍ରେନ ରେ ଓଏମ୍ସି ଶୁଆକାଠି ଲୁହାପଥର ପରିବହନ ହେଲେ ଜିଲ୍ଲାର ୩୦ ହଜାର ଟ୍ରକ ମାଲିକଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୩ ଲକ୍ଷ ଲୋକ
ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି ଟ୍ରକ ମାଲିକ ସଂଘ କର୍ମକର୍ତ୍ତା | ଆଜିର ଏହି ବନ୍ଦକୁ ବସ ମାଲିକ ସଂଘ,ବଣିକ ସଂଘ ସହ ୧୫ ଉର୍ଦ୍ଧ୍ବ ବିଭିନ୍ନ ସଙ୍ଗଠନ ଦେଇଛନ୍ତି ସମର୍ଥନ ।