Pratidin TV

Odisha's Digital News Platform

ଗୁଜୁରାଟରେ ଅଦିନିଆ ବର୍ଷା ସାଙ୍ଗକୁ ବଜ୍ରପାତ, ୨୪ ଘଣ୍ଟାରେ ଗଲା ୨୪ ଜଣଙ୍କର ଜୀବନ…

1 min read

କିଛି କୁଆଡୁ ନଥିଲା । ହଠାତ କାଳ ସାଜି ମାଡି ଆସିଲା ପବନ ସାଙ୍ଗକୁ ଘଟଘଡି । ଭୟଙ୍କର ବ୍ରଜପାତ ଆଉ ବର୍ଷା ରଚିଲା ତାଣ୍ଡବ । ନେଇଗଲା ୨୪ ଜଣଙ୍କର ପ୍ରାଣ । ହଁ ଆଜ୍ଞା ଆସନ୍ତା କାଲି ଗୁଜୁରାଟରେ ବର୍ଷା ପରେ ବଜ୍ରପାତ ଅନେକ ଲୋକଙ୍କ ଜୀବନ ନେଇଛି । ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ୨୩ ଜଣ ଲୋକ ଆହତ ହୋଇଥିବା ସୂଚନା । ସୂଚନା ଅନୁଯାୟୀ, ଗୁଜରାଟର ଦାହୋଦ ଜିଲ୍ଲାରେ ପ୍ରବଳ ବର୍ଷାରେ ଲୋକଙ୍କ ସ୍ଥିତି ବେହାଲ ହୋଇଛି । ପ୍ରବଳ ପବନ ଏବଂ ବର୍ଷା କାରଣରୁ ସୁରତ, ଜୁନାଗଡ଼ ଏବଂ ନର୍ମଦା ଅଞ୍ଚଳରେ ମାଟି ଘର ସବୁ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୨୯ଟି ଜାଗାରେ ଝୁମ୍ପୁଡ଼ି ଘର ମାଟିରେ ମିଶିବା ସହ ଫସଲ ସବୁ ନଷ୍ଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୩୬ ତାଲୁକାରେ ଅତିକ୍ତିକ ବର୍ଷା ରେକର୍ଡ କରାଯାଇଛି । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନ ରିଲିଫ କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *