Pratidin TV

Odisha's Digital News Platform

ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି , ମେଜର-ବାନ୍ଧବୀଙ୍କ ମାମଲା ପରେ ବଡ ଆକ୍ସନ ।

1 min read

ଭୁବନେଶ୍ୱର: ଭରତପୁର ଝଡରେ ନୂଆ ମୋଡ । ମେଜର ଓ ତାଙ୍କ ବାନ୍ଧବୀ ଙ୍କୁ ନିର୍ଯାତନା ପରେ ତେଜିଲା ପ୍ରଶାସନ । ପୋଲିସ ଖୋଦ୍ ରକ୍ଷକ ସାଜି ଏପରି ଜଘନ୍ୟ ଅପରାଧ କିପରି ଘଟାଇଲା ସେନେଇ ଚାଲିଛି ତଦନ୍ତ । ତେବେ ସବୁଠୁ ବଡ କଥା ହେଲା ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଘଟଣା ପରେ ଥାନାରେ ସିସିଟିଭି କ୍ୟାମେରା ନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଏନେଇ ଆଜି ଭରତପୁର ଥାନାରେ ସିସିଟିଭି ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଥାନାରେ ଲାଗିବ ୨୫ଟି ସିସିଟିଭି । ଥାନାର ବାହାର ଏବଂ ଭିତର ସମସ୍ତ ସ୍ଥାନରେ ଲାଗିବ ସିସିଟିଭି । ତେବେ କେବଳ ଭରତପୁର ଥାନା ନୁହେଁ, ଭୁବନେଶ୍ୱରର ସମସ୍ତ ଥାନାରେ ସିସିଟିଭି ଲଗାଯିବ ବୋଲି ସୂଚନା ମିଳିଛି ।

Advertisement

ଅନ୍ୟପଟେ ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଛି । ଏଥିସହ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ ବସିଛି । ବୈଠକରେ ଭରତପୁର ଘଟଣାର ସମସ୍ତ ଦିଗ ଉପରେ ଆଲୋଚନା ହୋଇଛି ।

Leave a Reply

Your email address will not be published. Required fields are marked *