Pratidin TV

Odisha's Digital News Platform

ବୟସ ହେଲାଣି ୨୫ ବର୍ଷ , ହେଲେ ଡାଏପର ପିନ୍ଧୁଛନ୍ତି ଦୋଳିରେ ଶୋଉଛନ୍ତି ଯୁବତୀ ..

1 min read

ବୟସ ହେଲାଣି ୨୫ । ହେଲେ ଏବେ ଯୁବତୀ ପିନ୍ଧୁଛନ୍ତି ଡାଇପର । କେବଳ ସେତିକି ନୁହେଁ ଦିନ ଭରି କଣ୍ଡେଇ ସହ ଖେଳନ୍ତି ଦୋଳିରେ ଶୋଇ ରୁହନ୍ତି । ଆଜିବି ଛୋଟ ପିଲା ପରି ଜୀବନ ଅତିବାହିତ କରୁଛନ୍ତି । ସେଥିପାଇଁ ଯୁବତୀଙ୍କୁ ମାସକୁ ଖଚ୍ଚ କରିବାକୁ ପଡୁଛି ହଜାର ହଜାର ଟଙ୍କା । ତେବେ ତାଙ୍କର ଏହି ଜୀବନ ଶୈଳୀକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ।

ଇଏ ହେଉଛନ୍ତି ଆମେରିକାର ଯୁବତୀ , ତାଙ୍କ ନାଁ ପେଗି ମିଲର ବୋଲି ଜଣାପଡିଛି । ପେଗିଙ୍କୁ ଛୋଟ ପିଲା ପରି ରହିବାକୁ ଭାରି ପସନ୍ଦ । ତାଙ୍କର ଏପରି କାର୍ଯ୍ୟକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ଲୋକ ତାଙ୍କର ଏହି କାର୍ଯ୍ୟକୁ ନାପସନ୍ଦ କରନ୍ତି । ତେବେ ପେଗି ମିଲର ଏବିଡିଏଲ କମ୍ୟୁନିଟ୍ ସହ ଜଡିତ । ତେବେ ଏବିଡିଏଲ ର ଅର୍ଥ ହେଉଛି ଆଡଲ୍ଟ ବେବି ଡାଇପର ଲଭର୍ସ । ଏବିଡିଏଲ କମ୍ୟୁନିଟ୍ ର ଲୋକମାନେ ଯୁବାବସ୍ଥାରେ ବି ଡାଇପର ପିନ୍ଧିବାକୁ ଭଲ ପାଆନ୍ତି । ଏବିଡିଏଲ କମ୍ୟୁନିଟ୍ ର ଲୋକ ସାଧାରଣ ଲୋକଙ୍କ ପରି ସବୁକିଛି କାର୍ଯ୍ୟ କରନ୍ତି । ସେମାନେ ସ୍ୱାବଲମ୍ବୀ ବି ହୋଇଥାନ୍ତି , ତଫାତ୍ ଏତିକି ସେମାନେ ଛୋଟ ପିଲାଙ୍କ ପରି ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଏହାକୁ ଅଟୋନପିଓଫିଲିଆ ମଧ୍ୟ କୁହାଯାଇଥାଏ । ଯାହା ଏକପ୍ରକାର ମାନସିକତା ।

Advertisement

ପେଗି ଡାଇପର ବାବଦକୁ ପ୍ରତି ମାସରେ ୨୩ ହଜାର ଟଙ୍କା ଖର୍ଚ୍ଚ କରନ୍ତି । ଏଥିସହ କୁନି ପିଲାଙ୍କ ପରି ଜୀବନ ବିତାଇବାକୁ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କରନ୍ତି । ୨୦୧୮ ରୁ ସେ ଛୋଟ ପିଲାଙ୍କ ପରି ଜୀବନ ଜୀଉଁଛନ୍ତି । କେବଳ ଘରେ ନୁହେଁ ବାହରେ ମଧ୍ୟ ପିଲାଙ୍କ ପରି ବ୍ୟବହାର କରିଥାନ୍ତି । ତେବେ ପେଗି ତାଙ୍କର ଜୀବନଶୈଳୀ ବିଷୟରେ ନିଜର ୟୁଟ୍ୟୁବ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ତାଙ୍କର ଏପରି ଜୀବନଶୈଳୀକୁ ପରିବାର ଲୋକଙ୍କ ସହିତ ତାଙ୍କର ପ୍ରେମିକ ମଧ୍ୟ ସମର୍ଥନ କରନ୍ତି ।

Leave a Reply

Your email address will not be published. Required fields are marked *