Pratidin TV

Odisha's Digital News Platform

ଯୁବକଙ୍କ ଠାରୁ ୨୬ ଲକ୍ଷର ବ୍ରାଉନସୁଗର ଜବତ୍ କଲା ପୋଲିସ

ଜଳେଶ୍ୱର : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଦ୍ବାରା ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ୍ ହେବା ସହ ଦୁଇ ଯୁବକଙ୍କୁ ଗିରଫ୍ କରାଯାଇଛି । ସୂଚନା ଅନୁସାରେ ଜଳେଶ୍ଵର ଏସଡିପିଓ ଓ ଆଇଆଇସି ଙ୍କ ନେତୃତ୍ବରେ ରାଜପୁର ଗ୍ରାମରେ ଚଢାଉ କରି (୩୨) ଏବଂ (୨୧) ବର୍ଷିୟ ଦୁଇ ଜଣ ଯୁବକକୁ ଗିରଫ କଲା ଜଳେଶ୍ଵର ପୋଲିସ।

ସେମାନଙ୍କ ନିକଟରୁ ଏକ ବାଇକ, ସହ ୨୬୦ ଗ୍ରାମ ର ବ୍ରାଉନ ସୁଗାର ଏବଂ ୩୧,୫୦୦ ଟଙ୍କା ଓ ତିନୋଟି ମୋବାଇଲ ଫୋନ, ଆଧାର କାର୍ଡ,ଭୋଟର କାର୍ଡ ଜବତ କରିବାରେ ସଫଳ ହୋଇଛି ଜଳେଶ୍ଵର ପୋଲିସ।ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ହେବ। ଗିରଫ ଦୁଇ ଜଣ ହେଲେ ରାଜପୁର ଗ୍ରାମ ର ସେକ ଇଞ୍ଜାବୁଲ ଏବଂ ବାଲେଶ୍ବର ଅଡର୍ରବଜାରର ସେକ ଇଶମାଇଲ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।ଜଳେଶ୍ଵର ଥାନା ପକ୍ଷରୁ ୨୭୮/୨୩ ମୂଳେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ପଠାଯାଇଥିବା କହିଛନ୍ତି ଏସପି।

Leave a Reply

Your email address will not be published. Required fields are marked *