ବିକ୍ରି କରିବାକୁ ନେଉଥିଲା ବ୍ରାଉନ ସୁଗାର, ଧରିଦେଲା ଅବକାରୀ ବିଭାଗ, ଜଣେ ଗିରଫ..
1 min readବାଲେଶ୍ୱର : ଅବକାରୀ ବିଭାଗକୁ ମିଳିଲା ସଫଳତା । ପାର୍ବଣ ଋତୁରେ ମାଫିଆ ଲୁଚି ଛପି ଚଳାଇଥିଲେ କଳା ସାମ୍ରାଜ୍ୟ । ଆଉ ବିଶେଷ ସୂତ୍ରରୁ ଖବର ପାଇ ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ବସ୍ତା ମାଛିଆ ଅଞ୍ଚଳରେ କରାଯାଇଥିଲା ରେଡ୍ । ଆଉ ସେଠାରୁ ୨୬୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏଥିସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବସ୍ତା ଥାନା ସଦାନନ୍ଦପୁରର ମହସିନ କାଦ୍ରି । ଜବତ ହୋଇଥିବା ବ୍ରାଉନସୁଗାର ଆନୁମାନିକ ମୁଲ୍ୟ ୨୬ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ https://www.pratidintv.com/family-issue-husband-jump-into-river-after-argument-with-his-husband/
ଆଜି ସକାଳ ସମୟରେ ଅବକାରି ବିଭାଗ ଭ୍ରାମ୍ୟମାଣ ଟିମ ବସ୍ତା ଅଞ୍ଚଳରେ ଚଢାଉ କରିଥିଲା । ଅଭିଯୁକ୍ତ ବ୍ରାଉନ ସୁଗାର ନେଇ ସପ୍ଲାଏ ପାଇଁ ଯାଉଥିବା ବେଳେ ମାଛିଆ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଏହି ଚଢାଉ ଟିମରେ ଭ୍ରାମ୍ୟମାଣ ଅବକାରୀ ଆଇଆଇସି ଗାଲୁରାମ ସୋରେନ, ଏସଆଇ ଭକ୍ତଚରଣ ସ୍ୱାଇଁ, ଏଏସଆଇ ମଙ୍ଗଲ କୁମାର ସିଂ ପ୍ରମୁଖ ସାମିଲ ହୋଇଥିଲେ । ଅନ୍ୟପଟେ ଏତେ ବ୍ରାଉନସୁଗାର ଅଭିଯୁକ୍ତକୁ ପାଖକୁ କେମିତି ଆସିଲା? କିଏ ଅଭିଯୁକ୍ତଙ୍କୁ ବ୍ରାଉନ ସୁଗାର ଯୋଗାଉଥିଲା? ଅଭିଯୁକ୍ତ କାହା ପାଖକୁ ବ୍ରାଉନସୁଗାର ନେଇ ଯାଉଥିଲା? ଏନେଇ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରୁଛି ଅବକାରୀ ପୋଲିସ ।