Pratidin TV

Odisha's Digital News Platform

ହନିଟ୍ରାପ୍‌ରେ ଫଶାଇ କରାଉଥିଲେ କୋକେନ ଚାଲଣ , ଧରିଲେ କଷ୍ଟମ୍ ଅଧିକାରୀ

ମୁମ୍ବାଇ : ବିମାନ ବନ୍ଦରରୁ ୨୮.୧୦ କୋଟି ମୂଲ୍ୟର କୋକେନ ଜବତ । ହନିଟ୍ରାପରେ ଫଶାଇ ହେଉଥିଲା ଚୋରା ଚାଲାଣ । ମୁମ୍ବାଇ ବିମାନବନ୍ଦରର କଷ୍ଟମ ବିଭାଗ ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ୨୮ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରିଛି । କଷ୍ଟମ ଅଧିକାରୀମାନେ ଭାରତୀୟ ଯାତ୍ରୀଙ୍କୁ ଗିରଫ କରିଛନ୍ତି ।

କଷ୍ଟମ୍ସ ବିଭାଗ କହିଛି ଯେ ଗିରଫ ବ୍ୟକ୍ତିଙ୍କୁ ଡ୍ରଗ୍ସ ନେବାକୁ ଅନ୍ୟ ଜଣେ ବ୍ୟକ୍ତି ପ୍ରଲୋଭିତ କରିଥିଲେ । ସେମାନେ ସୋସିଆଲ ମିଡିଆରେ ମଧ୍ୟ ଭେଟିଥିଲେ । କଷ୍ଟମ ଅଧିକାରୀ କହିଛନ୍ତି ଯେ ଏହି ବ୍ୟକ୍ତି ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ । ତାଙ୍କ ବ୍ୟାଗରୁ ୨୮.୧୦ କୋଟି ଟଙ୍କା ମୂଲ୍ୟର ୨.୮୧ କିଲୋଗ୍ରାମ କୋକେନ ଉଦ୍ଧାର କରାଯାଇଛି । ପଚରାଉଚରା ବେଳେ ଏହା ସାମ୍ନାକୁ ଆସିଛି ଯେ ଯାତ୍ରୀଙ୍କୁ ହନିଟ୍ରାପରେ ପକାଇ ଡ୍ରଗ୍ ଚୋରା ଚାଲାଣ କରାଯାଉଥିଲା । ଏଥିପାଇଁ ତାଙ୍କୁ ମଧ୍ୟ ପ୍ରଲୋଭିତ କରାଯାଇଥିଲା ।

ଯାତ୍ରୀ କେବଳ ସୋସିଆଲ ମିଡିଆରେ ଚୋରା ଚାଲାଣକାରୀଙ୍କୁ ଭେଟିଥିଲେ । ମୁମ୍ବାଇ ବିମାନବନ୍ଦରରେ ଡ୍ରଗ୍ ଜବତ ହେବାର ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ଏହି କଷ୍ଟମ୍ ଡ୍ରଗ୍ ଚୋରା ଚାଲାଣକାରୀଙ୍କୁ ଅନେକ ଥର ଗିରଫ କରିଛି ।

Leave a Reply

Your email address will not be published. Required fields are marked *