Pratidin TV

Odisha's Digital News Platform

ଶ୍ରାବଣ ୨ୟ ସୋମବାର ବଡ ଅଘଟଣ ; କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର …

କଟକ : ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ବଡ଼ ଅଘଟଣ ଘଟିଯାଇଛି । ଭୋଳା ବାବାଙ୍କ ନାଁ ନେଇ ଘରୁ ବାହାରିଥିଲେ ହେଲେ ଜଳ ଲଗାଇବା ପୂର୍ବରୁ ଚାଲିଗଲା ଜୀବନ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର । ଘଟଣାସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

ତେବେ ମୃତା ମହିଳା କାଉଡ଼ିଆ ଜଣଙ୍କ ହେଉଛନ୍ତି ବସପଦା ଜିହ୍ନିପୁରର ଚିନ୍ମୟୀ ବେହେରା । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଦୁଇ କାଉଡ଼ିଆ ହେଲେ ଦୀପ୍ତିରଞ୍ଜନ ରାଉତ ଓ ପୂର୍ଣ ଚନ୍ଦ୍ର ବେହେରା।

ଗତକାଲି ୩୭ଜଣ କାଉଡ଼ିଆ ଭକ୍ତ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟ ବାବୁଜଙ୍ଗରୁ ପାଣି ଉଠାଇଥିଲେ। ସେଠାରୁ ସେମାନେ ପାଇକରାପୁର ସିଦ୍ଧେଶ୍ୱର ମହାଦେବଙ୍କ ପାଖକୁ ଯାଉଥିଲେ। ମାତ୍ର କାଉଡ଼ିଆମାନେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ହୋଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଏହାପରେ କାର୍ଟି ଭାରସାମ୍ୟ ହରାଇ କାଉଡ଼ିଆମାନଙ୍କ ସହ ଯାଉଥିବା ପିକଅପ ଭ୍ୟାନରେ ପିଟି ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *