Pratidin TV

Odisha's Digital News Platform

ଏବେ ସହଜରେ ମିଳିପାରିବ ଋଣ : ଅର୍ଥମନ୍ତ୍ରୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ : ସରକାର ଏବଂ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ୍ ସେବାକୁ ସହଜ କରିବା ପାଇଁ ନିନନ୍ତର ଭାବରେ ପ୍ରୟାସ ଜାରି ରହିଛି । ନିକଟରେ କେନ୍ଦ୍ର ଅର୍ଥମନ୍‌ତ୍ରୀ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଗ୍ରାହକଙ୍କ ଆବଶ୍ୟକ ଅନୁଯାୟୀ ସହଜ ଓ ସରଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଯହା ଫଳରେ ଅଧିକରୁ ଅଧିକ ଗ୍ରାହକ ବ୍ୟାଙ୍କିଙ୍ଗ ସେବା ସହ ଜଡିତ ହୋଇପାରିବେ ।


ମନ୍‌ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି ବଡ ବଡ ବ୍ୟାଙ୍କ ଗୁଡିକ ସିଷ୍ଟମରେ ପରିବର୍ତ୍ତନ ଆଣିଛନ୍ତି ।ମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କ ଗୁଡିକ ସିଷ୍ଟମରେ ପରିବର୍ତ୍ତନ ଆଣିଛନ୍ତି ।ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କ ଗୁଡିକ ୠଣ ଦେବା ନିୟମରେ କୌଣସି ବିଳମ୍ବ କରିବା ଉଚିତ୍ ନୁହେଁ ।କିଛି ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ଶିଳ୍ପପ୍ରତିନିଧିଙ୍କ ସହ ଏକ ବୈଠକରେ ବ୍ୟାଙ୍କ ବ୍ୟବସାୟୀ ସହ ଜଡିତ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା କୌଣସି ଅସୁବିଧା ବିନା ଋଣ ଦେବାକୁ ପରାମର୍ଶ ଦେଇଥିଲେ ।


ଏସ୍‌ବିଆଇ,ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇ ସମେତ ଦେଶର ବଡ ସରକାରୀ ବେସରକାରୀ ବ୍ୟାଙ୍କର ଗ୍ରାହକମାନେ ଅର୍ଥମନ୍ତ୍ରୀଙ୍କ ବ୍ୟାଙ୍କଗୁଡିକୁ ଦେଇଥିବା ପରାମର୍ଶର ଲାଭ ପାଇବେ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଅଧିକରୁ ଅଧିକ ଗ୍ରାହକ ଅନୁକୂଳ ହେବା ଆବଶ୍ୟକ । କିନ୍ତୁ ପ୍ରତିକୂଳ ବିପଦକୁ ନେଇ ଏହା ହେବା ଉଚିତ୍ ନୁ୍‌ହେଁ । ସେ ବ୍ୟାଙ୍କଗୁଡିକୁ କହିଛନ୍ତି ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତୁମର ଯତ୍ନ ନେବାକୁ ପଡିବ ।

Leave a Reply

Your email address will not be published. Required fields are marked *