ବିନା ପ୍ରତିଦ୍ୱନ୍ଦିତାରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ , ଖୁବ୍ ଶୀଘ୍ର ନେବେ ଶପଥ …
1 min readରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଦିନ, କିନ୍ତୁ ସମୟ ଶେଷ ହୋଇଥିଲେ ବି ବିପକ୍ଷରେ କେହି ପ୍ରାର୍ଥୀ ନଥିଲେ । ତେଣୁ ତିନି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସମସ୍ତ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ଆଜି ସେମାନଙ୍କ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ରିଟର୍ନିଙ୍ଗି ଅଫିସର । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ତାଙ୍କର ରାଜ୍ୟସଭା ସାର୍ଟିଫିକେଟ ଗ୍ରହଣ କରିଛନ୍ତି ।
ତିନି ନିର୍ବାଚିତ ପ୍ରତିନିଧି ବିଧାନସଭା ଆସି ସେମାନଙ୍କ ରାଜ୍ୟସଭା ସାର୍ଟିଫିକେଟ ରିଟର୍ନିଙ୍ଗି ଅଫିସର ଅବନୀକାନ୍ତ ପଟ୍ଟନାୟକଙ୍କ ଠାରୁ ଗ୍ରହଣ କରିଛନ୍ତି । ଓଡ଼ିଶାରୁ ତିନୋଟି ଆସନ ଖାଲି ହେଉଥିବା ବେଳେ ତିନି ପ୍ରାର୍ଥୀଙ୍କ ଛଡା ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଭରି ନଥିବାରୁ ବିଜେପି ପ୍ରାର୍ଥୀ ତଥା ବିଜେଡି ସମର୍ଥିତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଗତ ଫେବୃୟାରୀ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଅନେକ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରୁ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ୧୫ ତାରିଖରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଧାୟକ ମାନଙ୍କ ସହ ଆସି ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ । ଖୁବଶୀଘ୍ର ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଦିଲ୍ଲୀ ଯାଇ ସାଂସଦ ଭାବେ ଶପଥ ନେବେ ।