Pratidin TV

Odisha's Digital News Platform

ଛୁଆଙ୍କ ଉର୍ଦ୍ଧାର ପାଇଁ ନଇକୁ ଡେଇଁଲା ବାପା

ରାୟଗଡା : ନା ତାର ବାପା ,ନିଜ ଛୁଆ ପାଇଁ ପାର କରିଦିଏ ସେ ସବୁ ସୀମା ।ମା ପରି ସିନା ଭଲପାଇବା ଦେଖାଇପାରେନା କିନ୍ତୁ ନିଜ ଛୁଆ ପାଇଁ ଛାତି ଭିତରେ ଲୁଚାଇ ରଖିଥାଏ ଅଜସହସ୍ର ଭଲପାଇବା । ଛୁଆ ଉପରକୁ କିଛି ବିପଦ ଆସିଲେ ଶକ୍ତ କାନ୍ଥ ହୋଇ ଠିଆ ହୁଏ ସେ ଆଗରେ । ଥରୁଟିଏବି ହେଲେ ପଛାଏ ନାହିଁ ନିଜକୁ ବିପଦ ମୁହଁକୁ ଠେଲିଦେବା ପୂର୍ବରୁ । ହଁ ସେଥିପାଇଁ ବୋଧେ ନା ତାର ବାପା । ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଠାରେ ,ଜଣେ ବାପା ନିଜର ଛୁଆକୁ ବଞ୍ଚାଇବା ପାଇଁ ଡେଇଁ ପଡିଛି ଅକାତକାତ ପାଣି ମଧ୍ୟକୁ ।

ସୂଚନା ଅନୁ୍‌୍‌୍‌ଯାୟୀ ଆନ୍ଧ୍ରପ୍ରଦେଶ ଏଲୁରର ଏକ ପରିବାର ରାୟଗଡା ବୁଲିବାକୁ ଆସିଥିଲେ । ପରିବାର କହିଲେ ସ୍ୱାମୀ,ସ୍ତ୍ରୀ ଓ ତାଙ୍କର ୩ ସନ୍ତାନ । ନାଗାବଳୀ ନଦୀର ଝୁଲାପୋଲ ବୁଲିସାରିବା ପରେ ବାପାଙ୍କ ସହ ୩ ଛୁଆ ଗାଧୋଇବାକୁ ନଈକୁ ଯାଇଥିଲେ । ନଦୀର ସ୍ରୋତ ପ୍ରଖର ଥିବାରୁ ୩ ଛୁଆ ଘଟଣା ସ୍ଥଳରେ ଭାସିଯାଇଥିଲେ । ଏହା ଦେଖିବାକ୍ଷଣି ବାପା ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ପଡିଥିଲେ । ତେବେ ନଦୀର ପ୍ରଖର ସ୍ରୋତରୁ ୨ ଛୁଆଙ୍କ କଳେବଳେ ବଞ୍ଚାଇ କୂଳକୁ ନେଇଆସିଥିବା ବେଳେ,ଆଉ ଜଣଙ୍କର ପତ୍ତା ମିଳିପାରିନଥିଲା ।

ଏହାପରେ ପ୍ରାୟ ୧ ଘଣ୍ଟା ଧରି ବାପା ତାର ସେଇ ନିଖୋଜ ଛୁଆକୁ ନଦୀ ମଧ୍ୟରେ ଖୋଜା ଖୋଜି ଜାରିରଖିଥିଲା । ସୂଚନା ପାଇ ଅଗ୍ନିବାହୀ ଟିମ୍ ସେଠାରେ ପହଞ୍ଚି ବାପାକୁ ପାଣି ମଧ୍ୟରୁ ବାହରକୁ ଆଣି ସର୍ଚ୍ଚ ଅପରେସନ୍ ଜାରି କରିଦେଇଥିଲା ।

Leave a Reply

Your email address will not be published. Required fields are marked *