Pratidin TV

Odisha's Digital News Platform

ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍ ଦେବାକୁ କହି ଲୁଟିଥିଲେ ୩ କୋଟି , ଗିରଫ୍ ହେଲେ ୨ ଅନଲାଇନ ଠକ

ବାଲେଶ୍ୱର : ମେଡିକାଲ କଲେଜରେ ସିଟ ଦେବା କହି ଅନଲାଇନରେ ଠକୁଛନ୍ତି ଠକ । ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ମେଡିକାଲ କଲେଜରେ ସିଟ୍ ଦେବାକୁ କହି ଲୋକମାନଙ୍କୁ କୋଟି କୋଟି ଟଙ୍କାର ଚୂନ ମାରୁଛନ୍ତି ଠକ । ଛାତ୍ରଛାତ୍ରୀମାନଙ୍କୁ ଏଭଳି ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକୁଥିବା ଗ୍ୟାଙ୍ଗକୁ ବାନ୍ଧିଛି ବାଲେଶ୍ଵର ସାଇବର ଥାନା ପୋଲିସ। ଅଭିଯୁକ୍ତ ଯାଜପୁର ଅଞ୍ଚଳର।

ଭୁବନେଶ୍ବରରେ ଏକ କନସଲଟେନସି ଅଫିସ ଖୋଲି ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ କରାଇଦେବା କହି ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି ଅଭିଯୁକ୍ତ। ସାଇବର ପୁଲିସ ତଦନ୍ତ କରିବା ବେଳେ ଦୁଇ ଜଣ ବି.ଟେକ୍ ଛାତ୍ରଙ୍କ ଲିଙ୍କ୍ ଠକେଇରେ ଥିବା ଥିବା ଜାଣିପାରିଥିଲା। ସେମାନେ ଭୁବନେଶ୍ୱରରେ ସାଇ ଏକାଡେମୀ କନସଲଟେନ୍ସି ନାମରେ ଏକ ସଂସ୍ଥା ଖୋଲି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍ ଯୋଗାଇ ଦେବାର ପ୍ରଲୋଭନ ଦେଇ ଟଙ୍କା ଠକି ନେଉଥିଲେ। ତଦନ୍ତରେ ସବୁକିଛି ସ୍ପଷ୍ଟ ହେବା ପରେ ଦୁହିଁଙ୍କୁ ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲା।

ଅଭିଯୁକ୍ତଙ୍କ ନାମରେ ରାଜ୍ୟ ଓ ରାଜ୍ୟ ବାହାରେ ୧୨ ଥାନାରେ ମାମଲା ରହିଛି। ଅଭିଯୁକ୍ତ ଠାରୁ ମୋବାଇଲ,ବାଇକ, ଫେକ ଆଧାରକାର୍ଡ଼, ଏଟିଏମ କାର୍ଡ ଆଦି ଜବତ କରାଯାଇଛି। ଏହି ଘଟଣାରେ ମୋଟ କେତେ ଟଙ୍କା ଠକେଇ ହୋଇଛି? ଅନ୍ୟ କାହାର ସମ୍ପୃକ୍ତି ରହିଛି ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବାଲେଶ୍ଵର ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *