Pratidin TV

Odisha's Digital News Platform

କୁମ୍ଭୀର ଆତଙ୍କରେ ଭୟଭୀତ ଲୋକେ ; ଘରର ସିମେଣ୍ଟ ଚଟାଣ ଫଟାଇ ବାହାରିଲେ ୩ଟି କୁମ୍ଭୀର ….

1 min read

ନୂଆଦିଲ୍ଲୀ : କୁମ୍ଭୀରମାନଙ୍କୁ ନେଇ ବର୍ତ୍ତମାନ ଇଣ୍ଟରନେଟରେ ଅନେକ ଭିଡିଓ ଭାଇରାଲ ହେଉଛି । ଯାହା ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି । ନିକଟରେ ଦେଶରେ ତଥା ରାଜ୍ୟରେ କୁମ୍ଭୀରର ଆତଙ୍କ ହଇଚଇ ସୃଷ୍ଟି କରିଦେଇଛି । ରାଜ୍ୟର କେନ୍ଦ୍ରାପଡା ଜିଲ୍ଲାରେ ଏହି କୁମ୍ଭୀରମାନଙ୍କ ଆତଙ୍କ ବେଶୀ । ଗତ କିଛି ମାସରେ ବୃଦ୍ଧ,ଶିଶୁ ଏବ ଅନେକ ଲୋକଙ୍କୁ ମୃତ୍ୟୁ ମୁଖକୁ ଡାକିନେବା ବେଳେ ନିକଟରେ ଜଣେ ମହିଳାଙ୍କୁ ତୁଠରୁ ଟାଣି ନେଇ କଚାଡି କଚାଡି ଖାଇଥିଲା କୁମ୍ଭୀର । ଆଉ ଗ୍ରାମବାସୀମାନଙ୍କ ସାମ୍ନାରେ ଘଟିଥିଲା ଏଭଳି ଅଘଟଣ । ତେବେ ଏଭଳି ଭୟଙ୍କର ଦୃଶ୍ୟ ଲୋକମାନଙ୍କ ମନରୁ ନଲିଭୁନୁ ବର୍ତ୍ତମାନ ଇଣ୍ଟରନେଟରେ ଏକ ଭିଡିଓ ଲୋକମାନଙ୍କ ଭିତରେ ଆତଙ୍କ ସୃଷ୍ଟି କରିଛି । ଆପଣମାନେ କୁମ୍ଭୀର ଗୁଡିକୁ ସାଧାରଣତଃ ନଦୀ କିମ୍ବା ସମୁଦ୍ରରେ ଦେôଖଥାନ୍ତି । କେବେ କେବେ ଏହା ନଦୀ ଆଖପାଖ ଅଞ୍ଚଳରେ ବୁଲୁଥିବାର ମଧ୍ୟ ନଜର ଆସିଥାନ୍ତି । କିନ୍ତୁ ଏପରି କେବେ ଆପଣ ଦେଖିବାକୁ ପାଇନଥିବେ ଯେ ଆପଣ ନିଜ ଘରେ ବସି ଟିଭି ଦେଖୁଛନ୍ତି କିମ୍ବା ଅନ୍ୟନ କିଛି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ହଠାତ୍ ଆପଣଙ୍କ ଘର ଚଟାଣ ଫଟାଇ କୁମ୍ବୀର ବାହାରିବ । ଏପରି ଘଟିବା ଆଶ୍ଚର୍ଯ୍ୟଜନକ ହୋଇଥିଲେ ବି ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

https://www.instagram.com/reel/Cvtx6gKJUmF/?utm_source=ig_web_copy_link&igshid=MzRlODBiNWFlZA==

ଆଜି ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇପାଲ୍ ହେବାରେ ଲାଗିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିପାରିବେ କି, ମାଟି ତଳୁ ଗୋଟିଏ ପରେ ଗୋଟିଏ କୁମ୍ଭିର ଉପରକୁ ଆସୁଛନ୍ତି । ମିଳିଥିବା ସୂଚନା ଆଧାରରେ, ଜଣେ ଲୋକଙ୍କ ଘରର ଚଟାଣ ତଳୁ କିଛି ଭୟଙ୍କର ଗର୍ଜନ ଶବ୍ଧ ଶୁଭିଥିଲା । ଏପରି ଲାଗିଥିଲା ଯେପରି ମାଟିତଳେ କିଏ ଗର୍ଜନ କରୁଛି । ଏସବୁ ଶୁଣି ଘରର ମାଲିକ ପ୍ରଥମେ ଡରିଯାଇଥିଲେ । କିନ୍ତୁ ତାପରେ ଶାହସ ଜୁଟାଇ ଚଟାଣ ପାଖକୁ ଯାଇ କାନ ଦେଇ ଶୁଣିଥିଲା ଆଉ ଏହି ସମୟରେ ହଠାତ୍ ଚଟାଣଟି ଆପେ ଆପେ ଫାଟିଯାଇଥିଲା । ଏବଂ ସେହି ଫଟା ଚଟାଣ ତଳେ ୨ଟି କୁମ୍ଭୀରଙ୍କୁ ଗର୍ଜନ କରୁଥିବାର ଦେଖିଥିଲେ ଘର ମାଲିକ । ଏହା ପରେ ସେ ତୁରନ୍ତ ନିଜ ପଡୋଶୀମାନଙ୍କୁ ଡାକିବା ସହ ବନ ବିଭାଗକୁ ଫୋନ କରିଦେଇଥିଲେ । ଖବର ପାଇଁ ବନବିଭାଗ ସେଠାରେ ତୁରନ୍ତ ପହଞ୍ଚି ଘରର ସିମେଣ୍ଟ ଚଟାଣ ତାଡି ୩ ଟି ବିରାଟକାୟ କୁମ୍ଭୀରଙ୍କୁ ଉଦ୍ଧାର କରିଥିଲା ।

Advertisement

ତେବେ ଏହି ଘଟଣା କେଉଁ ରାଜ୍ୟର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । କିନ୍ତୁ ଏହା ଇଷ୍ଟାର ଏକ ଆକାଉଣ୍ଟରୁ ଭାଇରାଲ ହୋଇଥିବା ଜଣାପଡିଛି । ଏହି ଭିଡିଓଟିରେ ଅନେକ ୟୁଜର୍ସମାନେ କମେଣ୍ଟ ଦେଇଛନ୍ତି ଯେ ଆପଣ ସମୃକ୍ତ ସେ ସ୍ଥାନକୁ ଖୋଳନ୍ତୁ । କାରଣ ଚଟାଣ ତଳୁ ଏପରି କୁମ୍ଭୀର ବାହାରିବା ଅସମ୍ଭବ କଥା ନିହାତି ତଳେ ଆଉ କିଛି ଥିବେ ।

Leave a Reply

Your email address will not be published. Required fields are marked *