Pratidin TV

Odisha's Digital News Platform

(ଭିଡିଓ)ସାବଧାନ ! କୁହୁଡିଯୋଗୁ ରାସ୍ତା ତଳକୁ ଓଲଟିଲା ବସ୍ , ୩ମୃତ ୪୦ ଆହତ ..

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ ଜଣଙ୍କ ମୃତ, ୮ ଆହତ । ୟୁପିର ଉନ୍ନାଓ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦିଲ୍ଲୀରୁ ଲକ୍ଷ୍ନୌ ଆଡକୁ ଯାଉଥିବା ଏକ ଘରୋଇ ସ୍ଲିପର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଠାଠିୟା ଥାନା ଅଂଚଳର ପିପରୋଲି ଗାଁ ନିକଟରେ ଏହି ବସ୍ ଦୁର୍ଘଟଣାର ଶିକାର ହୋଇଥିଲା ।

ବସ୍ ପାଖାପାଖି ୪୦ ଲୋକ ଯାତ୍ରା କରୁଥିଲେ । ବସ୍ଟି ଦ୍ରୁତ ଗତିରେ ଯାଉଥିବାରୁ ଅନିୟନ୍ତ୍ରିତ ହୋଇ ଏକ୍ସପ୍ରେସ ୱେରୁ ତଳକୁ ଖସିପଡିଥିଲା । ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଥିଲା । ତେବେ ଦୁର୍ଘଟଣା ପରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଂଚି ଉଦ୍ଧାର କରିଥିଲେ ।

ରବିବାର ବିଳମ୍ବିତ ରାତିରେ ଦିଲ୍ଲୀରୁ ଲକ୍ଷ୍ନୌ କୁ ନେଇ ଘରୋଇ ବସ୍ ବାହାରିଥିଲା । ତେବେ ଅଧ ରାତିରେ କୁହୁଡି ଯୋଗୁଁ ବସ୍ଟି ଅନିୟନ୍ତ୍ରିତ ହୋଇ ରାସ୍ତାରୁ ଓଲଟି ପଡିଥିଲା । ଘଟଣା ବିଷୟରେ ଜାଣିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ତତ୍କାଳ ମେଡିକାଲ କଲେଜରେ ଭର୍ତି କରିଥିଲା । ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ ଏବଂ ଆହତଙ୍କ ଚିକିତ୍ସା ଜାରି ରହିଛି । ତେବେ ଏହି ଦୁର୍ଘଟଣା ବିଷୟରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମା ପାଇଁ ଶାନ୍ତି କାମନା କରି ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *