Pratidin TV

Odisha's Digital News Platform

ତ୍ରିଶୁଳିଆ ଆପାର୍ଟମେଣ୍ଟରେ ଅଘଟଣ , ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କର ମୃତ୍ୟୁ ..

1 min read

ପାଇଖାନା ଟାଙ୍କିରେ ପଡି ଚାଲିଗଲା ୩ ଶ୍ରମିକଙ୍କ ଜୀବନ । ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତ୍ରିଶୁଳିଆର ଏକ ଆପାର୍ଟମେଣ୍ଟରେ । ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲୁଥିବା ବେଳେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, କଟକର ତ୍ରିଶୁଳିଆର ଏକ ନିର୍ମାଣାଧିନ ବିଲ୍ଡିଂର ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ କାମ ଚାଲିଥିଲା। ତିନି ଜଣ ଶ୍ରମିକ ସେହି ଛାତର ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ପଡ଼ିଯାଇଥିଲେ।

ଏହି ସମୟରେ ୩ ଜଣ ଶ୍ରମିକ ପାଇଖାନା ଟାଙ୍କି ଭିତରେ ଶ୍ଵାସରୁଦ୍ଧ ହୋଇଯାଇଥିଲେ। ପରେ ବାରଙ୍ଗ ଅଗ୍ନିଶମ ଓ ପୋଲିସର ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଶ୍ରମିକ ମାନଙ୍କର ପରିଚୟ ମିଳିପାରିନାହିଁ ।

Advertisement

Leave a Reply

Your email address will not be published. Required fields are marked *