Pratidin TV

Odisha's Digital News Platform

କୀଟନାଶକ ପକୁଡି ଖାଇ ଗୋଟିଏ ପରିବାରର ୩ ଗୁରୁତର

କେନ୍ଦ୍ରାପଡ଼ା : ରାତିରେ ପକୁଡି ଛାଣି ସ୍ୱାମୀ ଓ ପୁଅକୁ ଦେଇ ନିଜ ମଧ୍ୟ ଖାଇଲେ ହେଲେ ସକାଳୁ ଗୁରୁତର ଅବସ୍ଥାରେ ଘରେ ପଡିଥିଲେ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ପଟ୍ଟାମୁଣ୍ଡାଇ ପଳସିଙ୍ଗା ଗାଁ ରେ କୀଟନାଶକ ଔଷଧ ଖାଇ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେମାନେ ହେଲେ ଭାସ୍କର ସାହୁ (୬୦) ସାବିତ୍ରୀ ସାହୁ (୫୫) ରାଜକିଶୋର ସାହୁ (୨୫) । ଗତ କାଲି ରାତି ପ୍ରାୟ ୮ଟା ସମୟରେ ସାବିତ୍ରୀ ପକୁଡି ଛାଣି ସ୍ୱାମୀ ଓ ପୁଅକୁ ଦେବା ସହ ନିଜେ ଖାଇଥିଲେ । ଖାଇବାର କିଛି ସମୟ ପରେ ସେମାନେ ନିଜେ ନିଜର ଅସୁସ୍ଥତା ଅନୁଭବ କଲେ ମଧ୍ୟ କେହି କାହାରିକୁ ଜଣାଇ ନଥିଲେ ।

ଆଜି ସକାଳୁ ଘରପାଖ ପଡୋଶୀ ତାଙ୍କ ଘରକୁ ଡାକିବାପାଇଁ ଯିବାରୁ ଦେଖିଲେ ତାଙ୍କ ଘରେ ସମସ୍ତେ ଅଚେତ ଅବସ୍ଥାରେ ପଡିଛନ୍ତି । ପାଖ ପଡୋଶୀ ଗାଁ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଡାକି ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିଛାଳୟ କୁ ନେଇ ଥିଲେ । ଡାକ୍ତର ପ୍ରଥମେ ସେମାନଙ୍କୁ ଚିକିତ୍ସା କରି ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟଚିକି ତ୍ସା ଳୟକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *