Pratidin TV

Odisha's Digital News Platform

ମୋଦିଙ୍କ ନୂଆ ଟିମରେ ୩ ଓଡ଼ିଆ, ଜଣାନ୍ତୁ କିଏ ପାଇଲେ ମନ୍ତ୍ରୀପଦ….

1 min read

ଦେଶରେ ଆରମ୍ଭ ହୋଇଛି ମୋଦି ୩.୦ ସରକାର। ଗତକାଲି ରବିବାର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି ଶପଥ ନେବା ପରେ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ କରିଛନ୍ତି। କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ ।

ଶପଥ ଗ୍ରହଣ ଉତ୍ସବ ପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ ହୋଇଥିଲା | ମୋଦିଙ୍କ ସହ ୩0 ଜଣ କ୍ୟାବିନେଟ ମନ୍ତ୍ରୀ ନେଇଛନ୍ତି ଶପଥ | ୫ ଜଣ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି | ବିଜେପି ଏକାକୀ ୨୪୦ ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀଙ୍କୁ ମିଶାଇ ୨୯୨ ଆସନ ସହ ସରକାର ଗଠନ କରିଛି ।

Advertisement

ତେବେ ମୋଦିଙ୍କ ନୂଆ ଟିମରେ ୩ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଓଡିଶାରୁ ଶପଥ ଗ୍ରହଣ କରିଛନ୍ତି | ମୋଦି ୩.0 ରେ ପ୍ରଥମ ଥର ପାଇଁ ତିନି ଜଣ ଓଡ଼ିଆଙ୍କୁ କୄଯବ୍ନିଡ ମନ୍ତ୍ରୀ ପଦ ଦିଆଯାଇଛି |

ଧର୍ମେନ୍ଦ୍ର ପ୍ରଧାନ

ଚଳିତ ଲୋକସଭା ନିର୍ବାଚନରୁ ନିର୍ବାଚିତ ହୋଇଛନ୍ତି | ସେ ସମ୍ବଲପୁର ଲୋକକୁସଭାରୁ ନିର୍ବାଚିତ ହୋଇ ମୋଦି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି |

ଜୁଏଲ ଓରାମ

ଜୁଏଲ ଓରାମ ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି | ଜୁଏଲ ଓରାମ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟର ପ୍ରଥମ ମନ୍ତ୍ରୀ | ସୁନ୍ଦରଗଡ଼ରୁ ବାରମ୍ବାର ଲୋକସଭାରୁ ସେ ନିର୍ବାଚିତ ହୋଇଛନ୍ତି |

ଅଶ୍ୱିନୀ ବୈଷ୍ଣବ

ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି | ସେ ରାଜ୍ୟସଭାରୁ ନିର୍ବାଚିତ ହୋଇ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି |

Leave a Reply

Your email address will not be published. Required fields are marked *