Pratidin TV

Odisha's Digital News Platform

ଆକ୍ସନମୋଡରେ ଭାରତୀୟ ସେନା : ଉରିରେ ପାକ୍ ଆତଙ୍କବାଦୀ ଅନୁପ୍ରବେଶକୁ ବିଫଳ କଲେ ସୁରକ୍ଷାକର୍ମୀ

1 min read

ନୂଆଦିଲ୍ଲୀ : ନିକଟରେ ପାକିସ୍ଥାନର ଅନେକ ମନ୍ଦ ଉଦେଶ୍ୟକୁ ବିଫଳ କରିଛି ଭାରତୀୟ ସେନା । ସେହିପରି ଗତକାଲି ଜାମ୍ମୁ-କଶ୍ମୀର ସେକ୍ଟରରେ ୩ ଜଣ ପାକିସ୍ତାନି ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ସୂଚନା ଅନୁଯାୟୀ ଅଗଷ୍ଟ ୨୫ ଦିନ ୩ ଜଣ ଆତଙ୍କବାଦୀ LOC ଦେଇ ସୀମା ଭିତରକୁ ପ୍ରବେଶ କରୁଥିଲେ । ଏହି ସମୟରେ ଭାରତୀୟ ସେନା ପକ୍ଷରୁ ଭିଡିଓ ରେକର୍ଡ କରାଯାଇଥିଲା ଓ ପରେ ଏହାକୁ ସାର୍ବଜନୀନ କରାଯାଇଛି ।


ଉକ୍ତ ଆତଙ୍କବାଦୀମାନେ ପାକିସ୍ତାନ ପଟୁ ଉରି ସେକ୍ଟରର କାମଲକୋଟ ଅଞ୍ଚଳର ମାଦିୟାନ ନାନକ ପୋଷ୍ଟ ନିକଟରେ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ତେବେ ଭାରତୀୟ ସୁରକ୍ଷାକର୍ମୀମାନେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ସର୍ଭେଲାନ୍ସ ଦ୍ୱାରା ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରିଥିଲେ । ଏହାପରେ ସେମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ସହ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।

Advertisement


ଏନେଇ ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ଇମରୋନ ମୁସାଭି କହିଛନ୍ତି ଯେ , ଆତଙ୍କବାଦୀମାନେ ଲଗାଣ ବର୍ଷା,ଜଙ୍ଗଲିଆ ଅଞ୍ଚଳର ଅଳ୍ପ ଆଲୁଅରେ ଫାଇଦା ନେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହା ଆମକୁ ଗୁରୁବାର ସକାଳ ୮.୩୦ ସମୟରେ ଜଣାପଡିଥିଲା । ଏହାପରେ ଆମ ଭାରତୀୟ ଯବାନ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଯେଉଁଥିରେ ଘମାଘୋର ଗୁଳି ବିନିମୟ ମଧ୍ୟ ହୋଇଥିଲା, ପରିଶେଷରେ ଆମ ବୀର ଜବାନ ମାନଙ୍କ ପ୍ରଚେଷ୍ଟାରେ ଏହି ମିଶନଟି ସଫଳ ହୋଇଥିଲା । ସର୍ଚ୍ଚ ଅପରେସନ ଦ୍ୱାରା ସେମାନଙ୍କ ମୃତଦେହକୁ ଜବତ କରାଯାଇଥିବା ବେଳେ ,ସେମାନଙ୍କ ନିକଟରୁ ୨ଟି ଏକେ ରାଇଫଳ,ଗୋଟେ ଚାଇନିଜ ଏମ-୧୬ ରାଇଫଲ,ଓ ବିପୁଳ ପରିମାଣର ଗୁଳିଗୋଳାକୁ ମିଳିଛି ବୋଲି କହିଛନ୍ତି କର୍ଣ୍ଣଲ ।

Leave a Reply

Your email address will not be published. Required fields are marked *