Pratidin TV

Odisha's Digital News Platform

ମଞ୍ଜୁଲତାଙ୍କ କୋଠାରୁ ତିନି ଦେହଜୀବୀ କୁ ଉଠାଇ ନେଲା ପୋଲିସ ।

1 min read

କେନ୍ଦ୍ରାପଡା ; ଦୀର୍ଘଦିନ ଧରି ଚାଲୁଥିଲା ଦେହ ବେପାର ‘ ବିଭିନ୍ନ ଜାଗାରୁ ଯୁବତୀ ମାନଙ୍କୁ ଆଣି ଘରେ ରଖି ରାଣୀମହୁମାଛି ସାଜି ଚଳାଇଥିଲା ମଞ୍ଜୁଲତା ଦେହ ବେପାର । ଅଭିଯୋଗ ପାଇଁ ପାଟକୁରା ପୋଲିସ ଉଠାଉ ନେଲା ତିନି ଦେହଜୀବୀ ଙ୍କୁ। ସୂଚନାରୁ ପ୍ରକାଶ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ମଞ୍ଜୁଲତା ନାୟକଙ୍କ ଘରେ ଦୀର୍ଘ ଦିନ ହେଲା ଚାଲୁଥିବା ଦେହ ବେପାର ର ଖବର ପାଇଁ ପାଟକୁରା ପୋଲିସ କୁ ଖବର ଦିଆଯାଇଥିଲାା

ଖବର ପାଇ ପାଟକୁରା ଥାନା ଭାରପ୍ରାପ୍ତ ଅଧୁକାରିଣୀ ଡିପ୍ତିମୟୀ ରାଉତ, ସୁବାଷ ଚନ୍ଦ୍ର ଦାସ , ରେବତୀ ପରିଡ଼ା ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତିନିଜଣ ଦେହଜୀବୀ ଙ୍କୁ ଉଠାଇ ଆଣିଥିବା ବେକେ ଘଟଣା ସ୍ଥଳରୁ ଗ୍ରାହକ ମାନେ ଫେରାର ହୋଇଯାଇଛନ୍ତି ।

Advertisement

ସାଧାରଣରେ ଚର୍ଚ୍ଚା ଉକ୍ତ ମହିଳା ଦୀର୍ଘଦିନ ଧରି ଏଠାରେ ଦେହ ବେପାର ଚଳାଇ ଆସୁଛନ୍ତି। ଆଜି ଜୈନକ ଦେହଜୀବୀ ଙ୍କ ଗ୍ରାହକ ମଞ୍ଜୁଲତା ଙ୍କ ପଡୋଶୀ କୈଳାଶ ମଲ୍ଲିକ ଙ୍କ ଘରେ ପଶି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାରଧର କରିଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକ ପୋଲିସ କୁ ସଂପୂର୍ଣ୍ଣ ତଥ୍ୟ ଜଣାଇଥିଲେ । ଓ ପରେ ପରେ ପୋଲିସ ପହଞ୍ଚି ତିନିଜଣ ଦେହଜୀବୀ ଙ୍କୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଦେହ ବେପାର କୁ ନେଇ ନୂତନ ଭାବେ ସରପଂଚ ନିର୍ବାଚିତ ହୋଇଥିବା ମହିଳା ସରପଂଚ ନିର୍ମଳା ନାୟକ ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *