Pratidin TV

Odisha's Digital News Platform

(ଭିଡିଓ)କେନ୍ଦ୍ରାପଡାରେ ଖୁବ୍ ଶୀଘ୍ର ଚାଲିବ ପାସେଞ୍ଜର ଟ୍ରେନ୍ – ସାଂସଦ ଅନୁଭବ ମହାନ୍ତି

କେନ୍ଦ୍ରାପଡା : ରାଜ୍ୟ ସରକାରଙ୍କ ଅନେକ ପ୍ରକଳ୍ପ କେନ୍ଦ୍ରାପଡାରେ ପେପର ପେନରେ ସୀମିତ ରହିଯାଉଥିବା ବେଳେ ଗୋଟିଏ ଦିନରେ ଏକାସାଙ୍ଗରେ ଲୋକାର୍ପଣ ହୋଇଛି ମ୍ୟୁନିସିପାଲିଟି ଅଧିନରେ ଥିବା ତିନୋଟି ପ୍ରକଳ୍ପ। ଯାହାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇପଡିଛନ୍ତି କେନ୍ଦ୍ରାପଡା ବାସୀ । ଗୁରୁବାର ଅପରାହ୍ନରେ କେନ୍ଦ୍ରାପଡା ମ୍ୟୁନିସିପାଲିଟି ଅଧିନସ୍ଥ ୧୩ ନମ୍ବର ୱାର୍ଡରେ ଆଦର୍ଶ ଶ୍ମଶାନ,୧୨ ନମ୍ବର ୱାର୍ଡ ଅଧିନସ୍ଥ ହଜାରୀବଗିଚାରେ ଏକ ଆହାର ପ୍ରସ୍ତୁତ କେନ୍ଦ୍ର ଓ ଶେଷରେ ୨୧ ନଂ ୱାର୍ଡ କଲେଜ ଛକ ଭ୍ରମରଦିଆ ପାଟଣା ନିକଟରେ ବିଜୁ ସ୍ମାର୍ଟ ପାର୍କକୁ ଉଦଘାଟନ ଓ ଲୋକାର୍ପଣ କରାଯାଇଛି ।

ଜିଲ୍ଲାର ଦୁଇ ହେଭିୱେଟ ମନ୍ତ୍ରୀ ତଥା ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ ଓ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇ ସହରକୁ ସରସ ସୁନ୍ଦର କରିବା ଓ ଚିତ୍ତ ବିନୋଦନ କ୍ଷେତ୍ରରେ ଆଗକୁ ଯିବା ଦିଗରେ ପଦକ୍ଷେପ ସ୍ୱରୂପ ଏହି ଶ୍ମଶାନ ଓ ପାର୍କ ଇତ୍ୟାଦିର ପରିକଳ୍ପନା କରାଯାଇଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ ଆଦର୍ଶ ସ୍ମଶାନ ପାଇଁ ଏକ କୋଟି ଓ ସ୍ମାର୍ଟ ପାର୍କ ପାଇଁ ଏକ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ ଆହାର ପ୍ରସ୍ତୁତି କେନ୍ଦ୍ର ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।ତେବେ ଦୀର୍ଘ ଏକବର୍ଷ ପରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ସାଂସଦ ଅନୁଭବ ମହାନ୍ତି ଆଜିର ଲୋକାର୍ପଣ ଉତ୍ସବରେ ପହଞ୍ଚି ଯୋଗ ଦେଇଥିବା ବେଳେ ଗଣମାଧ୍ୟମ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ।ଏହି ପ୍ରଶ୍ନ ଗୁଡିକୁ ଏଡାଇ ଯାଇ ବିକାଶରକୁ ମୋହରା କରି ପାର ହୋଇଥିବା ଦେଖିବାକୁ ମିଳିଛି।ତେବେ ଏହି ସ୍ମାର୍ଟ ପାର୍କ ପାଇଁ ନିମ୍ନତମ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ୱାଚ ଟାୱାର,ୱାଟର ପାର୍କ, ମିଶନ ଶକ୍ତି କାଫେ ଭଳି ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି।ଅନ୍ୟପଟେ ଶିଳ୍ପ ବିହୀନ ଜିଲ୍ଲାର ଦୁର୍ନାମ ମୁଣ୍ଡାଇଥିବା କେନ୍ଦ୍ରାପଡା ଜିଲ୍ଲାରେ ଆର୍ସେଲର ମିତ୍ତଲ କମ୍ପାନୀ ଖୁବଶୀଘ୍ର ଶିଳ୍ପ ପ୍ରତିଷ୍ଠା କରିବ ବୋଲି ଏହି ଅବସରରେ କହିଛନ୍ତି ଶିଳ୍ପମନ୍ତ୍ରୀ।

ତାସହ ଖୁବ୍ ଶୀଘ୍ର କେନ୍ଦ୍ରାପଡାରେ ପାସେଞ୍ଜର ଟ୍ରେନ ଚାଲିବ ବୋଲି ପୁନଃ ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି । ସେ ପ୍ରଚାର ପ୍ରସ।ରରେ ନୁହଁ ବରଂ କାର୍ଯ୍ୟାରେ ବିଶ୍ୱାସ କରନ୍ତି । ସେ ଅନେକ ଥର ଲୋକସଭାରେ ସପୃକ୍ତ ବିଷୟ ଉପରେ ଆଲୋଚନ ।କରିଛନ୍ତି । ଏବଂ ଯଥାଶୀଘ୍ର କେନ୍ଦ୍ରାପଡା ବାସୀଙ୍କ ସ୍ୱପ୍ନ ପୂରଣ ହେବ ବୋଲି ଆଶା ଦେଇଛନ୍ତି । ତେବେ ଦେଖିବା ବାକି ରହିଲା ସାଂସଦଙ୍କ କଥା ପ୍ରତିଶୃତି କଥାରେ ରହିଯାଉଛି ନା କାର୍ଯ୍ୟରେ ସଫଳ ହେଉଛି ।

Leave a Reply

Your email address will not be published. Required fields are marked *