ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ , ୩ ପ୍ରସ୍ତାବ ଉପରେ ବାଜିଲା ମୋହର ..
1 min readମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ । ଏହି ବୈଠକରେ ୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ଆୟୋଜିତ ଏହି କ୍ୟାବିନେଟ୍ ବୈଠକରେ ଅଗ୍ନିବୀରଙ୍କୁ ନେଇ ଆଜି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସ୍ରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଥିବା ବେଳେ ଗୋଟିଏ ବର୍ଷ ଟ୍ରେନିଂ ଏବଂ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପୋଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହାସହିତ ନିର୍ଦ୍ଧାରିତ ବୟସ ସୀମାକୁ ତିନି ୩ ବର୍ଷ କୋହଳ କରାଯିବ |
ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ । ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ର ସଂଶୋଧନ |ଓଡିଶା ବେସାମରିକ ସେବା ନିୟମାବଳୀ, ୨୦୨୦ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ଏବଂ ସାବତ ପୁଅ ଝିଅ ଙ୍କ ପାଇଁ ନିଯୁକ୍ତି ର ବ୍ୟବସ୍ଥା ନଥିଲା ବର୍ତ୍ତମାନ ବିବାହିତ ଝିଅ ଏବଂ ସାବତ ଝିଅ ଙ୍କୁ ନିଯୁକ୍ତି ମିଳିବ | ଏହାସହିତ ଅଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର |
ବନ୍ଦର ର ୯୫%share ଅଦାନୀ ପାଖରେ ରହିବ ଏବଂ ୫%share ଷ୍ଟିବିଡର ପାଖରେ ରହିବ |ଗୋପାଳପୁର ପୋର୍ଟ୍ ଲିମିଟେଡ ଏକ ସଂଗଠନ, ଯେଉଁଥିରେ ଓଡିଶା ଷ୍ଟିଭେଡୋରସ ଲିମିଟେଡ, ନୋବଲେ ଗୃପ ଲିମିଟେଡ ଓ ସାରା ଇନ୍ଟରନ୍ୟାଶନାଲର ଯଥାକ୍ରମେ ୩୪, ୩୩ ଓ ୩୩ ପ୍ରତିଶତ ଅଂଶଧନ ଥାଇ ଗୋପାଳପୁର ବନ୍ଦରର ବିକାଶ କରିଥିଲେ । ୨୦୧୦ ଓ ୨୦୧୭ ଏହି ବନ୍ଦରର ଅଂଶଧନ ପରିବର୍ତ୍ତନ ହୋଇଥିଲା । ବର୍ତ୍ତମାନ ଏହି ଗୋପାଳପୁର ବନ୍ଦର ୧୧.୪୩ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରୁଅଛି ଏବଂ ଏହାର ମୋଟ ଆୟରୁ ୭.୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ରାଜସ୍ୱ ଅଂଶ ଭାବେ ପ୍ରଦାନ କରୁଅଛି ।