Pratidin TV

Odisha's Digital News Platform

ଘରୁ ତଡିଦେଲେ ୩ ପୁଅ , ବାର୍ଦ୍ଧକ୍ୟ ଅବସ୍ଥାରେ ଗାଁ କୋଠଘରେ ଜୀବନ ବିତାଉଛନ୍ତି ଦୁଲେଣି ସାହୁ

କଙ୍କଡାହାଡ଼ ; ଶୀତ କାକରରେ ପଡ଼ିରହିଛି ବୁଢ଼ୀ ମା।ପୁଅ ବହୁ କେହି ପଚାରିଲେ ନାହିଁ। ସ୍ଵାମୀ ଅଧାରୁ ହାତଛାଡ଼ି ଆରପାରିକୁ ଗଲାଣି।ସତରେ କାହିଁକି ଯେ ଏତେ ନିର୍ଦୟ ହୁଏ ଦଇବ ? କଣ ପୁଅ ଜନ୍ମ କରିଥାନ୍ତି ବୁଢୀ ବୟସରେ ବାରଓଳି ଶୁଣ୍ଡିପିଣ୍ଢା ହେବା ପାଇଁ । ବୟସର ଶେଷ ପର୍ଯ୍ୟୟରେ ବୁଢା ବୁଢୀ ମାନେ ଟିକେ ଜତ୍ନ ଭଲପାଇବା ଖୋଜନ୍ତି ଆପଣାର ଲୋକଠାରୁ । ପିଲାଦିନରୁ ବଢାଇକୁଢା ନିଜେ ଓପାଷ ରହି ଛୁଆମାନଙ୍କୁ ଅନେକ ସଂଷର୍ଷ ସହ ବଡ କରିଥାନ୍ତି କିନ୍ତୁ ଶେଷରେ କଣ ମିଳେ ତାଙ୍କୁ ?

ଆଜି ଏକ ଶିକ୍ଷିତ ସମାଜରୁ ଏଭଳି ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି ଯାହା କିଛି ନୂଆ ଘଟଣା ନୁହଁ ଏ ସମାଜରୁ କିନ୍ତୁ ଲଜ୍ୟାରେ କିଛି ଲୋକଙ୍କ ମୁହଁ ତଳକୁ କରିଦେବ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ ପଙ୍ଗାତିରା ପଞ୍ଚାୟତ କେନ୍ଦୁମୁଣ୍ଡା ଗାଁର ୭୦ ବର୍ଷିୟ ବୃଦ୍ଧା ମାଉସୀ ଦୁଲେଇ ସାହୁ। ପରିଣତ ବୟସରେ ଗାଁ କୋଠଘରେ ଜୀବନ ବିତାଉଛି ବୁଢ଼ୀ ମାଉସୀ । ପରିବାର କହିଲେ ୩ପୁଅକୁ ୩ ବୋହୂ ହେଲେ ଗାଁ କୋଠଘରେ ଖରା ବର୍ଷା ଆଉ ଶୀତ କାକାରେ ଜୀବନ ବିତାଉଛି ବୁଢ଼ୀ ମାଉସୀ।

ସ୍ୱାମୀ ଆଗରୁ ହାତ ଛାଡି ଆରପାରିରେ ଚାଲିଯାଛି । ପେଟ ପାଇଁ ଘର ଘର ଖାଦ୍ୟା ମାଗି ଚଳୁଛନ୍ତି।ଯେଉଁ ପିଲାକୁ ବଡ଼ କରିବାପାଇଁ ନିଜେ ନ ଖାଇ ଦେଉଥିଲି। ସେ ପିଲା ଆଜି ବଡ ହୋଇ ସାହାରା ହେଲାନି ବୁଢିମାର ବରଂ ବାର୍ଦ୍ଦକ୍ୟ ବୟସରେ ହାତଛାଡି ଘରୁ ତଡିଦେଲେ ୩ ପୁଅ।

Leave a Reply

Your email address will not be published. Required fields are marked *