Pratidin TV

Odisha's Digital News Platform

ମୁମ୍ବାଇରେ ଭୁଶୁଡ଼ିଲା ୩ ମହଲା ବିଶିଷ୍ଟ କୋଠା; ରେସକ୍ୟୁ ହୋଇଛି ଆରମ୍ଭ, ଅନେକ ଫସିଥିବା ସନ୍ଦେହ

1 min read

ନଭି ମୁମ୍ୱାଇର ଶାହବାଜ ଗାଁରେ ଭୁଶୁଡିଲା ୩ ମହଲା କୋଠା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିଶମ ବାହିନୀ ୨ଜଣ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ କୋଠା ଭଗ୍ନାବଶେଷ ତଳେ ଆଉ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁହାଯାଉଛି ଯେ, କୋଠାଟି ଅଧିକ ଦୁର୍ବଳ ହୋଇଥିବାରୁ ଭୁଶୁଡି ପଡିଛି ।

କୋଠା ଭୁଶୁଡ଼ି ଥିବା ବେଳେ ସେଥିରେଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଶାହାବାଜ ଗ୍ରାମରେ ଏହି ଘଟଣା ଘଟିଛି। ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୁପ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି। ପୁଲିସ, ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ନଭି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କମିଶନର କହିଛନ୍ତି ଯେ ଏହା ମାତ୍ର ୧୦ ବର୍ଷ ପୁରୁଣା କୋଠା ଥିଲା । ତଦନ୍ତ ଚାଲିଛି । ବିଲଡିଂ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଲଡିଂରେ ୧୩ଟି ଫ୍ଲାଟ ରହିଥିଲା । ଆଜି ଭୋର ପ୍ରାୟ ୫ଟା ବେଳେ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ଖବର ଅଗ୍ନିଶମ ବାହାନୀକୁ ମିଳିଥିଲା। ଏହାପରେ ତୁରନ୍ତ ଘଟଣାସ୍ଥଳରେ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *