Pratidin TV

Odisha's Digital News Platform

ପୁଣି ନଦୀ ନେଲା ଜୀବନ ; ବୁଡିଯାଇ ଆଖିବୁଜିଲେ ୩ ସାଙ୍ଗ, ଜଣେ ଗୁରୁତର..

ଭଦ୍ରକ : ପୁଣି ନଦୀରେ ଗଲା ନିରୀହ ଜୀବନ । ଗାଧୋଉଥିବା ବେଳେ ବୁଡିଗଲେ ୪ ଜଣ ସାଙ୍ଗ । ଏଭଳି ଏକ ହୃଦୟବିଦାରକ ଘଟଣା ଭଦ୍ରକ ଜିଲ୍ଲା ଲାଙ୍ଗୁଡି ନିକଟ ସାଳନ୍ଦୀ ନିକଟରେ ଘଟିଛି ।

ଖବର ଅନୁଯାୟୀ, ମଙ୍ଗଳବାର ଅପରାହ୍ଣଣ ପ୍ରାୟ ଗୋଟାଏ ସମୟରେ ୪ ଜଣ ସାଙ୍ଗ ସାଳନ୍ଦୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ହଠାତ୍ ଗାଧୋଉଥିବା ସମୟରେ ଭାସି ଯାଇଥିଲେ ୪ ଜଣ ସାଙ୍ଗ । ତେବେ ବୁଡି ଯାଉଥିବା ସମସ୍ତ ଛାତ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟ ବସତ ୪ ଜଣ ସାଙ୍ଗଙ୍କ ମଧ୍ୟରୁ ୩ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ସାଙ୍ଗ ଗୁରୁତର ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ମୃତକ ୩ ଜଣଙ୍କ ପରିଚୟ ମିଳିପାରିଛି । ସେମାନେ ହେଉଛନ୍ତି ପ୍ରଣୟ କୁମାର ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ କୁମାର ଜେନା। ସମସ୍ତଙ୍କ ବୟସ ସେହି ୧୭ ବର୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି। ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର ଥିଲେ। ପ୍ରଣୟଙ୍କ ଘର ହରିପୁର ଗାଁରେ ହୋଇଥିବା ବେଳେ ସ୍ମୃତି ଓ ରଜତଙ୍କ ଘର କୋରକୋରାରେ ବୋଲି ଜଣାପଡିଛି ।

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ପି.କେ ଖାରା କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତିନି ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ଯାଞ୍ଚ କରି ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ କେମିତି ସେମାନଙ୍କ ମୃତ୍ୟୁ ହେଲା, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *