Pratidin TV

Odisha's Digital News Platform

ଗୋଟେ ଟ୍ରାକକୁ ପୁଣି ଚାଲି ଆସିଲା ଏକାସାଙ୍ଗରେ ୩ଟି ଟ୍ରେନ୍‌, ବାରମ୍ବାର କାହିଁକି ହେଉଛି ଏଭଳି ତ୍ରୃଟି?

1 min read

ରାଉରକେଲା : ପୁଣି ଗୋଟେ ଘଟିଥାନ୍ତା ବଡ ରେଳ ଦୁର୍ଘଟଣା । ହେଲେ ଅଳ୍ପକେରେ ଟଳିଗଲା ଦୁର୍ଘଟଣା । ଗୋଟିଏ ଟ୍ରାକ୍‌କୁ ଆସିଗଲା ଏକାସାଙ୍ଗରେ ତିନୋଟି ଟ୍ରେନ୍ । ଟିକେ ସାବଧାନତା ଯୋଗୁଁ ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା । ପାଖାପାଖି ୧୦୦ ମିଟର ଦୂରତାରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ହୋଇ ପଡିଥିଲେ । ତେବେ ଏହା ସୁନ୍ଦରଗଡ ଜିଲ୍ଲା ରାଉରକେଲାରୁ ଆସିଛି ଏଭଳି ଏକ ଘଟଣା । ତେବେ ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି । ଝାରସୁଗୁଡ଼ା ହାଟିଆ ମେମୁ, ଝାରସୁଗୁଡ଼ା ରାଉରକେଲା ମେମୁ ଓ ବନ୍ଦେ ଭାରତ ଟ୍ରେନ ଗୋଟିଏ ଟ୍ରାକରେ ରହିଥିଲା ।ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇଥିଲା ।

ଉଭୟ ଟ୍ରେନ ଭିତରେ ରହିଥିଲା ୧୦୦ ମିଟର ଦୂରତା । ତେବେ ଏତିକି ବେଳେ ପଛ ପଟୁ ତୃତୀୟ ଟ୍ରେନ ଭାବେ ବନ୍ଦେ ଭାରତ ଆସୁଥିଲା । କିନ୍ତୁ ରେଳ ବିଭାଗ ବଡ ଦୁର୍ଘଟରା ହେବ ପୂର୍ବରୁ ଏହାକୁ ରୋକି ଦେଇଥିଲା । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହେଉଥିବା ରାଉରକେଲା ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଏକାସମୟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ୍ ଆସିଲା କେମିତି? ଆଉ ଏହା କୌଣସି ପ୍ରଥମ ଘଟଣା ନୁହେଁ । କାରଣ ଏଭଳି ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ଅନେକ ସମୟରେ ରେଳ ଦୁର୍ଘଟଣା ଘଟୁଛି ।ଯାହାର କିଛି ସ୍ଥାୟୀ ସମାଧାନ ହୋଇ ପାରୁ ନାହିଁ ।

Advertisement

Leave a Reply

Your email address will not be published. Required fields are marked *