ନିଷ୍ଠୁର ମାଁ : ନିଜ ଜନ୍ମକଲା ୩ ବର୍ଷର ଶିଶୁକୁ ଦେଉଥିଲା ଏଭଳି ନିର୍ଯାତନା , ଦେଖିଲେ ରୁମ ଟାଙ୍କୁରୀ ଉଠିବ
1 min readଯାଜପୁର : ରାକ୍ଷସୀ ସାଜିଲା ମା। ନିଜର ତିନି ବର୍ଷର ଶିଶୁପୁତ୍ରକୁ ଦେଲା ଚେଙ୍କ। ଘଟଣା ଘଟିଛି ଯାଜପୁର ଜିଲ୍ଲା ବଇରୀ ଥାନା ଅଧୀନ ଛତିଆ ଅଂଚଳରେ। କାଇମାଟିଆ ଗ୍ରାମରେ ଜଣେ ମାଆ ନିଜର ତିନି ବର୍ଷର ପୁଅ ସହ ଛତିଆ ଅଂଚଳରେ ଭଡା ନେଇ ରହି ଆସୁଥିଲେ। ବିଭିନ୍ନ ସମୟରେ ପୁଅକୁ ମାଡ଼ ମାରି ଦରମାରା ପରିସ୍ଥିତି କରି ମାଡ ମାରିବା ସହ ଦେହସାରା ସିଗାରେଟ୍ ଚେଙ୍କ ଦେଉଥିଲେ । ଯାହାର ଦାଗ ଶିଶୁ ଦେହସାରା ରହିଛି ।
ଗୋଟେ ମା ଯେ ଏତେ କୃର ,ନିଷ୍ଠୁର. ନିର୍ଦ୍ଦୟ ଓ ଭୟଙ୍କର ହୋଇପାରେ ତାହା ଭାବିଲେବି ଆଶ୍ଚର୍ଯ୍ୟ ଲାଗୁଛି । ଛୁଆଟି ପିଠିରେ ଏଭଳି କ୍ଷତ ହୋଇଛି ଯେ ସେ ଠିକ୍ ସେ ସାର୍ଟ ବି ପିନ୍ଦିପାରୁନି । ମାଡଖାଇ ତା ଅବସ୍ଥା ଏଭଳି ହୋଇଛି ଯେ ସେ ଠିକ୍ସେ ଚାଲି ମଧ୍ୟ ପାରୁନି । ନିଜ ଜନ୍ମକଲା ଶିଶୁକୁ ଏଭଳି ନିର୍ଯାତନା ଦେବା ବେଳେ କିପରି ସେ ମାଁ ର ହାତ ଥରି ଉଠିଲାଣି । କଣ କଳିଯୁଗରେ ମାତୃତ୍ୱର ଏଭଳି କୃର ରୂପ ଦେଖିଲେ କାହାର ବି ହୃଦୟ ଥରି ଉଠିବ ।
ଶିଶୁର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଅଂଚଳର ଲୋକେ ବିରୋଧ କରିବା ସହ କାଇମାଟିଆ ସରପଞ୍ଚ ଙ୍କୁ ଅବଗତ କରାଇ ଥିଲେ। ସରପଞ୍ଚ ଶିଶୁ ଟିକୁ ଉଦ୍ଧାର କରି ନିଜ ପାଖରେ ରଖିଥିଲେ। ସରପଞ୍ଚ ଯାଜପୁର ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଏ ନେଇ ଅବଗତ କରାଇବା ପରେ ଘଟଣା ସ୍ଥଳରେ ଶିଶୁ ସୁରକ୍ଷା ଅଧିକାର ପହଞ୍ଚି ଥିଲେ। ଶିଶୁ ସୁରକ୍ଷା ୟୁନିଟ ର ଅଧିକାରୀ ମାନେ ପହଂଚି ଶିଶୁ ପୁତ୍ର କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛନ୍ତି। ପିଲାଟିକୁ ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ମାନେ ସେଥିରେ ନେବା ସମୟରେ ପିଲାଟି ମା ମା ବୋଲି ଡାକି କାନ୍ଦି ଥିଲା ।ଏହା ସମସ୍ତଙ୍କୁ ମଧ୍ୟ ଭାବ ବିହୁଳ କରିଥିଲା । ମାଆ ପିଲାଙ୍କୁ ଯେତେ ବି ଯାହା ନିର୍ୟାତନା ଦେଉନା କାହିଁକି ସେ ସବୁ ବେଳେ ପିଲା ର ମଙ୍ଗଳ ହିଁ ଚିନ୍ତା କରିଥାଏ । ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଏ ନେଇ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତା କହିଛନ୍ତି।