Pratidin TV

Odisha's Digital News Platform

ଶାରଦୀୟ ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଗଲାଣି ତାରକସିର ସହର କଟକ ।


କଟକ: ଆସିଯାଇଛି ପାର୍ବଣର ଋତୁ । ଆଉ ଏହି ପାର୍ବଣ ଋତୁରେ ମା ଦୁର୍ଗାଙ୍କୁ ଧରାପୃଷ୍ଠକୁ ସ୍ୱାଗତ କରିବା ପାଇଁ ମା’ ବସୁଧା ଆଣିଛି କାଶତଣ୍ଡୀର ସମ୍ଭାର । ଖିଲିଖିଲି ହସରେ ମା’ ଙ୍କୁ ଡାକୁଛି କାଶତଣ୍ଡି । ଆଉ ଏପଟେ ଦୁର୍ଗା ପୂଜା ଆସିଲେ ଚଳଚଞ୍ଚଳ ହୋଇପଡେ ତାରକସିର ସହର କଟକ । କେଉଁଠି ତୋରଣ କାର୍ଯ୍ୟ ଚାଲେ ତ ପୁଣି କେଉଁଠି ସୁନା ରୂପା ତାରକସି କାମ ଉପରେ ଗୁରୁତ୍ୱ ଦିଆଯାଏ । ତେବେ ଭାଇଚାରା ସହରରେ କିଭଳି ରହିଛି ପ୍ରସ୍ତୁତି ଚାଲନ୍ତୁ ଜାଣିବା ।


କଟକ ଦୁର୍ଗାପୂଜାର ଏକ ସ୍ୱତନ୍ତ୍ର ପରିଚୟ ହେଉଛି ଚାନ୍ଦିମେଢ । ମା’ଙ୍କ ମୃଣ୍ମୟୀ ସାଙ୍ଗକୁ ଚାନ୍ଦିମେଢର ଆଭୁଷଣ ବେଶ ଶୋଂଭା ବର୍ଦ୍ଧିତ କରିଥାଏ । ଏଥର କଟକରେ ଚାନ୍ଦିମେଢ ସଂଖ୍ୟା ୩୦ ଟପିଛି । ତେଣୁ ଦୁର୍ଗା ପୂଜାକୁ ନଜରରେ ରଖି ଏବେଠାରୁ ମଣ୍ଡପ ଗୁଡିକ ଚାନ୍ଦିମେଢ ଓ ଆଭୁଷଣ ସଫା ତଥା ପଲିସ୍ କାମ ଆରମ୍ଭ କରି ଦେଇଛନ୍ତି । ବିଡାନାସି ଦୁର୍ଗା ପୂଜା କମିଟି ଜଣାଶୁଣା କାରିଗର ମାନଙ୍କୁ ନେଇ ଚାନ୍ଦି ସଫା କାମ ଜୋରସୋର ରେ ଚଳାଇଛନ୍ତି । ପ୍ରାୟ ଦୁଇ କ୍ୱିଣ୍ଟାଲ ୬୫ କେଜି ଚାନ୍ଦିରେ ତିଆରି ମେଢର ପଲିସ୍ କାମରେ ୬ ଜଣ କାରିଗର ୧୫ ଦିନ ପରିଶ୍ରମ କରି ଚାନ୍ଦିମେଢ କାମ ସାରିବେ । ତେବେ ୧୯୯୨ ମସିହାରୁ ବିଡାନାସି ପୂଜା କମିଟି ଦୁର୍ଗାପୂଜା କରି ଆସୁଥିବା ବେଳେ ୨୦୧୯ ମସିହାରେ ଚାନ୍ଦିମେଢ ଉଦଘାଟିତ ହୋଇଥିଲା । ଏ ବର୍ଷ ଏହି ଚାନ୍ଦିମେଢ ପୂର୍ଣ୍ଣାଙ୍ଗ ହୋଇ ଶୋଭା ପାଇବ । ପ୍ରତିବର୍ଷ ପୂଜା କମିଟିର କର୍ମକର୍ତ୍ତା ନୂଆ ନୂଆ କିଛି ଚାନ୍ଦି ଆଭୁଷଣ ଗଢି ମେଢର ସୋ କୁ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି । ସେହିଭଳି କଟକ ବାଲୁ ବଜାର, ଚୌଧୁରୀ ବଜାର, ଛତ୍ର ବଜାର, ରାଣୀହାଟ ଆଦି ପ୍ରମୁଖ ପୂଜା ପଣ୍ଡପ ଗୁଡ଼ିକରେ ମଧ୍ୟ ପୂଜା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

Leave a Reply

Your email address will not be published. Required fields are marked *