Pratidin TV

Odisha's Digital News Platform

ଦଳାଇ ପରିବାର ଉପରେ ଜଗା କୃପା : ପୁଣି ଫୁଟିଲା ୩୦ ବିରଳ ବ୍ରହ୍ମକମଳ ….

1 min read

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଜଗନ୍ନାଥପୁର ଗ୍ରାମରେ ବସ ବାସ କରିଆସୁଥିବା ଦଲାଇ ଘର ବଗିଚାରେ ପୁଣି ବ୍ରହ୍ମ କମଳ ଫୁଲ ଫୁଟି ସୁଗନ୍ଧ ବାସ୍ନାରେ ମହକିଛି। ବିଗତ ବର୍ଷ ସେପ୍ଟେମ୍ବର ମାସ ଗଣେଶ ଚତୁର୍ଥୀ ରେ ୧୮ଗୋଟି ବ୍ରହ୍ମକମଳ ଫୁଲ ଫୁଟିଥିବାରୁ ଗଣେଶଙ୍କ ମସ୍ତକରେ ଲଗେଇଥିବା ଦଲାଇ ଘର ପରିବାର କହିଛନ୍ତି।

ଏହି ବିରଳ ଫୁଲ ବିଷ୍ଣୁଙ୍କ ପ୍ରିୟ ଫୁଲ ବୋଲି କୁହାଯାଉଥିବାରୁ ଫୁଲ ଗଛ ତଳେ ପୂଜାର୍ଚ୍ଚନା କରିବା ସହ ନଡ଼ିଆ କଦଳୀ ଧୂପ ଦୀପ ଜାଳି ଆଜି ଜଗତର ନାଥ ଜଗନ୍ନାଥ ଙ୍କ କୃପା ଆଶୀର୍ବାଦ ଥିବାରୁ ଦଲାଇ ଘରେ ଫୁଲ ଫୁଟିଛି କହି ପୁଅକୁ ହନୁମାନ ଙ୍କ ବେଶ କରି ଦୀପ ଜାଳି ଫୁଲ ତୋଳିବା ପରେ ଜଗନ୍ନାଥଙ୍କ ମନ୍ଦିର ଯାଇ ମସ୍ତକରେ ଲଗେଇ ପୂଜା କରିଥିବା ଦେଖିବା କୁ ମିଳିଛି।

Advertisement

ଏହି ବ୍ରହ୍ମକମଳ ଫୁଲ କେବଳ ହିମାଳୟରେ ଦେଖାଯାଉଥିବା ବେଳେ ଏହା ଏକ ବିରଳ ପୁଷ୍ପ ଭାବେ ପରିଚିତ ମାତ୍ର ଏହି ଫୁଲକୁ ନେଇ ବହୁ ଧାର୍ମିକ କିମ୍ବଦନ୍ତୀ ରହିଥିବାରୁ ଏହାକୁ ଦର୍ଶନ କଲେ କୁଆଡ଼େ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ପୂର୍ବରୁ ମୁନୀ ରୁଷି ମାନେ କହିଛନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି ତାହା ଶୁଣିବା କୁ ମିଳୁଛି।

Leave a Reply

Your email address will not be published. Required fields are marked *