ସୂର୍ଯ୍ୟ ମିତ୍ର ଭାବେ ତାଲିମ ନେବେ ୩୦ ହଜାର ଯୁବକ
1 min readପ୍ରଧାନମନ୍ତ୍ରୀଙ୍କ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ଆସିଛି ଏବେ ଖୁସି ଖବର | ସୂର୍ଯ୍ୟ ମିତ୍ର ଭାବେ ତାଲିମ ନେବେ ୩୦ ହଜାର ଯୁବକ | ତେବେ ଉତ୍ତରପ୍ରଦେଶ ଯୁବକ ମାନଙ୍କ ପାଇଁ ସରକାର ସୃଷ୍ଟି କରିଛନ୍ତି ନୂଆ ସୁଯୋଗ | ରାଜ୍ୟର ପ୍ରତ୍ୟକ ଘରର ଛାତ ଉପରେ ସୌର ପାନେଲ ସ୍ଥାପନର ଲକ୍ଷ୍ୟ ହାସଲ ପାଇଁ ୩0 ହଜାର ଲୋକଂକୁକ ସୂର୍ଯ୍ୟ ମିତ୍ର ରୂପେ ଟ୍ରେନିଂ ଦିଆଯିବ | ୟୁପି ସରକାର ଏହି ଯୋଜନା କରିଛନ୍ତି |
ତେବେ ଉତ୍ତରପ୍ରଦେଶର NOED ଏଜେନ୍ସି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରତ୍ୟକ ଘରେ ସୌର ଶକ୍ତି ପାନେଲ ସ୍ଥାପନ ପାଇଁ ସୋଲାର ଏଜେନ୍ସି ସେକ୍ଟରରେ କୁଶଳୀ ଶ୍ରମିକ ମାନଙ୍କର ବହୁତ ଅବଶ୍ୟକତା ରହିଛି | ଏଥିପାଇଁ ରାଜ୍ୟ ଏଜେନ୍ସି ଜିଲ୍ଲା, କେନ୍ଦ୍ର ଏବଂ ଶିଳ୍ପ ତାଲିମ କେନ୍ଦ୍ରରେ ୩0 ହଜାର ସୂର୍ଯ୍ୟ ମିତ୍ରଙ୍କୁ ଟ୍ରେନିଂ ଦେବାକୁ ଲକ୍ଷ୍ୟ ରଖିଛନ୍ତି |
ଗତବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ ସୁଝଞା ଘର ମାଗଣା ବିଜୁଳି ଯୋଜନା ଆରମ୍ଭ କରିଥିଲେ | ଏହା ଅଧୀନରେ ୩00 ୟୁନିଟ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା | ଏହି ଯୋଜନା ଅଧୀନରେ ୧ କୋଟି ଘରେ ସୌର ରୁଫଟପ ଲଗାଇବାକୁ ଲକୟା ରଖାଯାଇଛି | ତେବେ ସୋଲାର ରୁଫଟପ ସ୍ଥାପନ ପାଇଁ ସରକାର ସବସିଡି ମଧ୍ୟ ପ୍ରଦାନ କରିଛନ୍ତି |