Pratidin TV

Odisha's Digital News Platform

୩୫ ବର୍ଷର ପ୍ରେମିକଙ୍କୁ ବିବାହ କରିବାକୁ ପାକିସ୍ତାନରେ ପହଞ୍ଚିଲେ ବୃଦ୍ଧା ମହିଳା…

ନୂଆଦିଲ୍ଲୀ: ନିଜର ପ୍ରେମକୁ ପାଇବାକୁ ହେଲେ ପ୍ରେମୀ ଯୁଗଳ କିଛି ବି କରୁଛନ୍ତି । କିଏ ସାତଦରିଆ ପାରି ହୋଇ ଆସି ନିଜ ପ୍ରେମ କପାଖରେ ପହଞ୍ଚୁଛି ତ ପୁଣି ଆଉ କିଏ ସୀମା ପାର ହେବାକୁ ବି ପଛାଉ ନାହିଁ । ଆପଣ ମାନେ ଜାଣିଥିବେ ଯେ ନିକଟରେ ସୀମା ସଚିନଙ୍‌କ ପ୍ରେମ ବିଷୟରେ । ଯିଏ କି ପାକିସ୍ତାନରୁ ନିଜ ସ୍ୱାମୀକୁ ଛାଡି ପିଲା ଛୁଆଙ୍କୁ ଧରି ପ୍ରେମିକ ସଚିନ ପାଖରେ ପହଞ୍ଚିଥିଲା । ସେହିଭଳି ଭାରତର ଅଞ୍ଜୁ ମଧ୍ୟ ନିଜ ସ୍ୱାମୀ ପିଲାଙ୍କୁ ଛାଡି ଯାଇ ନିଜର ପାକିସ୍ତାନ ପ୍ରେମିକ ପାଖକୁ ପଳାଇଥିଲେ । ତେବେ ଆଜିକାଲି ଏପରି ଅନେକ ଖବର ଆମ ନଜରକୁ ଆସିଛି ।


ସେହିପରି ଏଠାରେ ଦେଖିବାକୁ ମିଳିଛି ୭୦ ବର୍ଷ ବୟସ୍କ କନ୍ୟାକୁ ୩୫ ବର୍ଷୀୟ ବର । ଏହି ଏହି ଯୋଡିଙ୍କୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । କାରଣ ଏହି ଦମ୍ପତ୍ତିଙ୍କ ବୟସର ଅନ୍ତର ବହୁତ ଫରକ । ଆଉ ଏମାନେ ହେଉଛନ୍ତ ଦୁହେଁ ପ୍ରେମିକ ପ୍ରେମିକା । ହଁ ଆଜ୍ଞା କଥାଟା ହେଉଛି ସତ । ପାକିସ୍ତାନର ଜଣେ ୩୫ ବର୍ଷର ଯୁବକ କାନାଡାର ଜଣେ ୭୦ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଛନ୍ତି । ଆଉ ସେମାନଙ୍କ ଯୋଡିକୁ ଦେଖି ଲୋକମାନେ ମଧ୍ୟ ସେମାନଙ୍କୁ ବହୁତ ଟ୍ରୋଲ କରୁଛନ୍ତି । ତେବେ କିପରି ସେମାନ ଦୁହିଁଙ୍କ ମଧ୍ୟରେ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ଆସନ୍ତୁ ଜାଣିବା ।


ରପୋର୍ଟ ଅନୁଯାୟୀ ଏହି ଯୁବକ ଜଣକ ହେଉଛନ୍ତି ନାଏମ । ନାଏକ ଓ ତାଙ୍କ ବୟସ୍କା ପ୍ରେମିକା ଉଭୟ ସୋସିଆଲ ମିଡିଆ ଦ୍ୱାରା ପରସ୍ପରକୁ ଜାଣିଥିଲେ । ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ତେବେ ଦୁହେଁ ୨୦୧୭ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବୃଦ୍ଧ ମହିଳା ପ୍ରେମିକ ନାଏମଙ୍କୁ ବିବାହ କରିବା ପାଇଁ ପାକିସ୍ତାନ ଚାଲି ଆସିଥିଲେ । ତେବେ ପୂର୍ବରୁ ସେମାନଙ୍କ ମଧ୍ୟରେ କେବଳ ବନ୍ଧୁତା ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା କିପରି ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା ତାହା ସେମାନେ ଜାଣି ପାରିନଥିଲେ ବୋଲି ନାଏମ ଏକ ସାକ୍ଷାତ କାରରେ ସୂଚନା ଦେଇଛନ୍ତି । କିନ୍ତୁ ଏମାନଙ୍କ ଯୋଡିକୁ ଦେଖି ଭିନ୍ନ ଭିନ୍ନ ମତ ଦେଇଛନ୍ତି ଲୋକମାନେ। ନଏମ ଜଣେ ଗୋଲ୍ଡ ଡିଗର, ସେ ଟଙ୍କା ପାଇଁ ମହିଳାଙ୍କୁ ବିବାହ କରିଥିବା ନେଇ କେହି କେହି କହୁଥିବା ବେଳେ ନାଏମ କହିଛନ୍ତି ଯେ ତାଙ୍କ ପତ୍ନୀ ଧନୀ ନୁହଁନ୍ତି ଯେ ସେ ତାଙ୍କୁ ଟଙ୍କା ପାଇଁ ବିବାହ କରିଛନ୍ତି ବୋଲି ।

Leave a Reply

Your email address will not be published. Required fields are marked *