Pratidin TV

Odisha's Digital News Platform

ମନ୍ଦିର କୂଅରେ ପଡି ଭକ୍ତଙ୍କ ମୃତ୍ୟୁ ଘଟଣା ; ୩୬ ଜଣଙ୍କ ମୃତ୍ୟୁ ପରେ ମନ୍ଦିରରେ ବୁଲିଲା ବୁଲଡୋଜର

1 min read

ଇନ୍ଦୋର : ରାମନବମୀରେ ମନ୍ଦିର କୂଅରେ ପଡି ଭକ୍ତଙ୍କ ମୃତ୍ୟୁ ଘଟଣା ୩୬ ଜଣଙ୍କ ମୃତ୍ୟୁ ପରେ ଭାଙ୍ଗିଲା ପ୍ରଶାସନର ନିଦ । ବେଲେଶ୍ୱର ମନ୍ଦିରରେ ବୁଲିଲା ବୁଲଡୋଜର । ଏଇ ମନ୍ଦିିର କୂଅରେ ପଡି ଯାଇଥିଲା ୩୬ ଜୀବନ । ଇନ୍ଦୋର ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ବୁଲିଲା ବୁଲଡୋଜର । ପବିତ୍ର ରାମନବମୀ ପରିସରରେ ଥିବା କୂଅର ଛାତ ଗଳି ପଡିବାରୁ ୨୧ ମହିଳାଙ୍କ ସମେତ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏହି କୂଅ ବେଆଇନ ଭାବେ ନିର୍ମାଣ କରାଯାଇଥିଲା ।

ତେବେ ଏତେବଡ ଦୁର୍ଘଟଣା ଘଟିବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ତେଣୁ ଏହି ମନ୍ଦିର ପରିସରରେ ଥିବା ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ବୁଲଡୋଜର ବୁଲୁଛି । କଡା ପୋଲିସ ସୁରକ୍ଷା ମଧ୍ୟରେ ଏହି ମନ୍ଦିର ଭଙ୍ଗା କାମ ଚାଲିଛି । ମନ୍ଦିର ଭାଙ୍ଗିବା ପାଇଁ ପାଂଚରୁ ଅଧିକ ପୋକଲିନ ଏବଂ ଜେସିବି ଲାଗିଛି । ନଗର ନିଗମ ଅଧିକାରୀଙ୍କ ସମେତ ଏଡିଏମ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । କୌଣସି ଉତେଜନାପୂର୍ଣ୍ଣ ଘଟଣା ନ ଘଟିବା ପାଇଁ ୪ଟି ଥାନାର ପୋଲିସ ଫୋର୍ସକୁ ମୁତୟନ କରାଯାଇଛି । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପୁରା କୂଅକୁ ସମ୍ପୂର୍ଣ୍ଣ ଭାବେ ପୋତି ଦେବା ପରେ ଏହାକୁ ସ୍ଥାୟୀଭାବେ ବନ୍ଦ କରି ଦିଆଯାଇଛି ।

Advertisement

ଇନ୍ଦୋର ନଗର ନିଗମର ଅତିରିକ୍ତ ସଚିବ କହିଛନ୍ତି, ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନଗର ନିଗମ ପକ୍ଷରୁ ମନ୍ଦିରର ଅବୈଧ ନିର୍ମାଣକୁ ଭାଙ୍ଗାଯାଇଛି । ଯେଉଁ ଭାଗ ଭଙ୍ଗାଯାଇଛି, ତାହା ବିନା ଅନୁମତିରେ ନିର୍ମାଣ କରାଯାଇଥିଲା । ଭବିଷ୍ୟତରେ ଏହାକୁ ନେଇ ବିପଦ ରହିଥିବାରୁ ନଗର ନିଗମ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ମନ୍ଦିର ଭିତରେ ଅବୈଧ ଭାବେ କୂଅ ନିର୍ମାଣ ବିଷୟରେ କୌଣସି ସୂଚନା ନାହିଁ । ଏହାକୁ ନେଇ ଯାଂଚ ଚାଲିଛି ।

Leave a Reply

Your email address will not be published. Required fields are marked *