Pratidin TV

Odisha's Digital News Platform

ଜେଲ୍ ଭିତରେ ୩୬ କଏଦୀ ହେଲେ HIV ପଜିଟିଭ୍ …

1 min read

ଜେଲ୍‌ର ଅନ୍ତେବାସୀ ଏବଂ ପ୍ରଶାସନର ଚିନ୍ତା ବଢିଲା । କାରଣ ଜେଲ୍ ଭିତରେ ୩୬ କଏଦୀ ହୋଇଛନ୍ତି HIV ସଂକ୍ରମିତ । ଉତ୍ତରପ୍ରଦଶରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ନୌ ଜିଲ୍ଲା ଜେଲ୍‌ରେ ଏପରି ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ଏହି ଖବର ସାମ୍ନାକୁ ଆସିବା ସ୍ୱାସ୍ଥ୍ୟ ବିଭାଗ ରେ ଆତଙ୍କ ଖେଳିଯାଇଛି । ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ କଏଦୀଙ୍କୁ ଚିକିତ୍ସା କରାଯାଇ ସ୍ୱାସ୍ଥ୍ୟବଭାଗର ତତ୍ୱାବଧାନରେ ରଖାଯାଇଛି ।

ୟୁପି ଏଡସ୍ କଣ୍ଟ୍ରୋଲ ସୋସାଇଟିର ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ନୌର ଜିଲ୍ଲା ଜେଲରେ ଏଚ୍‌ଆଇଭି ଟେଷ୍ଟ କରିଥିଲା । କଏଦୀମାନଙ୍କର ଏହି ପରୀକ୍ଷା ଡିସେମ୍ବର ୨୦୨୩ରେ କରାଯାଇଥିଲା । ଏବେ ରିପୋର୍ଟ ସାମ୍ନାକୁ ଆସିବା ପରେ ୩୬ ଜଣ କଏଦୀ ଏଚ୍‌.ଆଇ.ଭିରେ ସଂକ୍ରମିତ ଥିବା ଜଣାପଡିଛି । ଏହା ପରେ ଜେଲ ପ୍ରଶାସନ ଆକ୍ଟିଭ ମୁଡ୍‌କୁ ଆସିଛି । କଏଦୀମାନଙ୍କ କାଉନ୍‌ସିଲିଂ ଆରମ୍ଭ ହୋଇଛି । ଏ ସମସ୍ତ କଏଦୀ କିଭଳି ଏଚ୍‌ଆଇଭିରେ ସଂକ୍ରମିତ ହେଲେ ସେ ନେଇ ଯାଞ୍ଚ ଚାଲିଛି । ଏହାପୂର୍ବରୁ ଉକ୍ତ ଜେଲରେ ୧୧ ଜଣ କଏଦୀ ଏଚ୍‌ଆଇଭିରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏବେ ଏମାନଙ୍କୁ ମିଶାଇ ମୋଟ ଏଚ୍‌ଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି । ତେବେ ଜେଲର ଚାରିକାନ୍ଥ ଭିତରେ ରହିବି କଏଦୀ ମାନେ କିପରି HIV ସଂକ୍ରମିତ ହେଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisement

Leave a Reply

Your email address will not be published. Required fields are marked *