Pratidin TV

Odisha's Digital News Platform

ପ୍ରବଳ ବର୍ଷାରେ ଧସିଲା ରାଜପଥ ଚାଲିଗଲା ୩୬ ଜଣଙ୍କ ଜୀବନ

ପ୍ରବଳ ବର୍ଷା ଚାଇନାରେ ହଇଚଇ ସୃଷ୍ଟି କରିଛି। ବୁଧବାର ଦକ୍ଷିଣ ଚୀନରେ ଏକ ରାଜପଥର ଏକ ଅଂଶ ଧସି ପଡ଼ିବାରୁ ଅତି କମରେ ୩୬ ଜଣଙ୍କର ମୃତ୍ୟୁ ଘଟିବା ସହ ୩0 ଜଣ ହୋଇଛନ୍ତି ଆହତ। ଚୀନ୍ ସରକାରୀ ଗଣମାଧ୍ୟମ ଦ୍ୱାରା ଏହି ସୂଚନା ଦିଆଯାଇଛି। ରାଜପଥର ୧୭.୯ ମିଟର (୫୮.୭ ଫୁଟ) ଭୁଶୁଡ଼ି ପଡ଼ିବାରୁ ୨୩ଟି କାର ଖାଲକୁ ଖସି ପଡିଥିଲା | ପୋଲିସ ଘଟଣାସ୍ଥଳରର ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା | ଆହତମାନଙ୍କୁ ଡାକ୍ତରଖାନରେ କରିଥିଲା ଭର୍ତ୍ତି | ଏବଂ ମୃତଦେହକୁ କରିଥିଲା ବ୍ୟବଚ୍ଛେଦ | ଗୁଆଙ୍ଗଡୋଙ୍ଗ ପ୍ରଦେଶର ମେଇଜୋ ସହରର ଅଧିକାରୀମାନେ କହିଛନ୍ତି ଯେ ମଙ୍ଗଳବାର ରାତି ପ୍ରାୟ ୨ ଟା ପରେ ଏହି ଦୁର୍ଘଟଣା ଘଟିଥିଲା ।

ତେବେ ଘଟଣା ସମୟରେ କିଛି ଲୋକ ରାସ୍ତା ଧସିବା ପୂର୍ବରୁ ସେମାନେ ଏକ ଉଚ୍ଚ ଶବ୍ଦ ଶୁଣିଥିଲେ ଏବଂ ସେମାନଙ୍କ ପଛରେ ଅନେକ ମିଟର ଚଉଡା କ୍ରାଟର ସୃଷ୍ଟି ହୋଇଥିବା ଦେଖିଥିଲେ। ଗତ ୨ ସପ୍ତାହ ମଧ୍ୟରେ ଗୁଆଙ୍ଗଡୋଙ୍ଗ ପ୍ରଦେଶରେ କିଛି ଅଂଶରେ ବୃଷ୍ଟିପାତ ଏବଂ ବନ୍ୟାରେ ରେକର୍ଡ ଭାଙ୍ଗିଛି | ଗତ ସପ୍ତାହ ଶେଷରେ ପ୍ରାଦେଶିକ ରାଜଧାନୀ ଗୁଆଙ୍ଗଡୋଙ୍ଗରେ ଘୁର୍ଣ୍ଣିବଳୟ ଯୋଗୁଁ ଚାଲିଯାଇଥିଲା ୫ ଜଣଙ୍କ ଜୀବନ | ଏବଂ ଗତ କିଛି ଦିନ ହେବ ସହରରେ ପ୍ରବଳ ବର୍ଷ ହୋଇଥିଲା |

Leave a Reply

Your email address will not be published. Required fields are marked *