Pratidin TV

Odisha's Digital News Platform

ପଞ୍ଚୁକର ୩ୟ ଦିନ ପଡିଛି ଶନିବାର, ଶନି ଦେବତାଙ୍କୁ ଖୁସି କରାଇବା ପାଇଁ ଆପଣାନ୍ତୁ ଏସବୁ..

1 min read

ଆସନ୍ତାକାଲି ହେଉଛି ଶନିବାର । ଏଥିସହ ପଁ୍‌ଚୁକ ଚାଲିଥିବା ବେଳେ କାଲି ହେଉଛି ୩ୟ ଦିନ ।ଯାହା ଶନିବାର ପଡିଛି । ଆଉ ଶନିବାରଟି ଶନିଦେବତାଙ୍କୁ ସମର୍ପିତ । ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । କର୍ମ ଅନୁଯାୟୀ ପ୍ରଭୁ ଫଳପ୍ରଦାନ କରିଥାଆନ୍ତି ବୋଲି ମାନ୍ୟତା ରହିଛି । ଶନିଦଶା ପଡିଲେ ଲୋକଙ୍କ ଜୀବନରେ ଅନେ୩କ ବିପଦ ଆସେ । ଏଥିପାଇଁ ଶନିଙ୍କ କୋପରୁ ଦୂରେଇ ପାଇଁ ଏହି ସବୁ ପନ୍ଥା ଆପାଣାନ୍ତୁ ।ଯାହାଫଳରେ ଶନିଦଶା ଲାଗିବନି ।
କଣ କରିବେ ଜାଣନ୍ତୁ..
ଶନିବାର ଦିନ ଲୁହାରେ ପ୍ରସ୍ତୁତ ଜିନିଷ ଦାନ କରନ୍ତୁ । ମାତ୍ର ଘରକୁ କଦାପି ଲୁହା ଜିନିଷ କିଣି ଆଣିବେ ନାହିଁ ।
ଶନିବାର ଦିନ ଘରକୁ ସୋରିଷ କିଣି ଆଣନ୍ତୁ ନାହିଁ । ଏହିଦିନ ଶନିଦେବଙ୍କୁ ସୋରିଷ ତେଲରେ ଅଭିଷେକ କରାନ୍ତୁ । ସୋରିଷ ତେଲ ଦାନ ମଧ୍ୟ କରନ୍ତୁ । ଯାହାଫଳରେ ଶନିଦଶା ପଡିବ ନାହିଁ ।
ଶନିବାର ଦିନ ଜୋତା ଚପଲ ମଧ୍ୟ କିଣନ୍ତୁ ନାହିଁ । ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ଅସଫଳତା ପ୍ରାପ୍ତି ହୋଇଥାଏ ।ମାତ୍ର ଜୋତା ଚପଲ ଦାନ କରିପାରିବେ ।
ଶନିବାର କଳା ବିରି କିଣିବା ସହ ଏଥିରେ ଖେଚେଡ଼ି ପ୍ରସ୍ତୁତ କରି ଗରିବ ଲୋକଙ୍କୁ ଦାନ କରନ୍ତୁ ।
ଶନିବାର ଦିନ ଯେକୌଣସି ଲୁହା ବାସନରେ ସୋରିଷ ତେଲ ଭର୍ତ୍ତି କରି ନିଜ ମୁହଁ ସେଥିରେ ଦେଖନ୍ତୁ । ଏହାପରେ ସେହି ବାସନ ସହ ତେଲକୁ ଯେକୌଣସି ଅସହାୟଙ୍କୁ ଦାନ କରନ୍ତୁ । ଦାନ ଗ୍ରହଣ କରୁଥିବା ବ୍ୟକ୍ତି ବୟସରେ ବଡ଼ ହୋଇଥିଲେ ଖୁବ ଉତ୍ତମ ।
ପ୍ରତ୍ୟେକ ଦିନ ୧୦୮ ଥର ଶନିଦେବଙ୍କ ସରଳ ମନ୍ତ୍ରକୁ ଜପ କରନ୍ତୁ । ଏହିସବୁ ନିୟମ ମାନନ୍ତୁ ଶନି ଦଶା ଠାରୁ ଦୁରେଇ ରହିବେ । ଗତକାଲି ଶନିବାର ଥିବାରୁ ଏହି ସବୁ ନିୟମ ମାନନ୍ତୁ ।

Advertisement

Leave a Reply

Your email address will not be published. Required fields are marked *