Pratidin TV

Odisha's Digital News Platform

ଶ୍ରାବଣ ୩ୟ ସୋମବାର ବଡ ଅଘଟଣ ; ସାପ କାମୁଡା ରେ କାଉଡ଼ିଆ ମୃତ , ଠିକ ସମୟ ରେ ମିଳିଲା ନାହିଁ ସ୍ୱାସ୍ଥ୍ୟ ସେବା ।

ଚଳିତ ବର୍ଷ ଶ୍ରାବଣ ମାସ ଆରମ୍ଭରୁ କାଉଡିଆଙ୍କ ସହ ଘଟୁଛି ବଡ ଅଘଟଣ । କେତେବେଳେ କାଉଡିଆଙ୍କୁ ଗାଡି ପିଟିଲାଣିତ ପୁଣି କେତେବେଳେ ନଦୀ ଜଳରେ ଭାସିଗଲେଣି କିନ୍ତୁ ଆଜି ଜଣେ କାଉଡିଆଙ୍କ ଜୀବନ ନେଇଛି ସ୍ୱୟଂ ଭୋଳନାଥଙ୍କ ସାପ । ସାପ କାମୁଡାରେ ଚାଲିଯାଇଛି ଜଣେ କାଉଡିଆଙ୍କ ଜୀବନ । ଆଉ ତାଙ୍କ ସାଥୀ କାଉଡିଆ ଯେତେବେଳେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ସେଠାରେ ନଥିଲେ ଡାକ୍ତର ବାବୁ , ମୁଖ୍ୟ ଡାକ୍ତରଖାନା ନେବା ବାଟରେ ହିଁ ଉଡିଗଲା ପ୍ରାଣବାୟୁ ।

ଭଦ୍ରକ ଜିଲ୍ଲା ର ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ରୁ ଆସିଛି ଏମିତି ଅଘଟଣ ର ଖବର । ମୃତ କାଉଡ଼ିଆ ଙ୍କ ସାଥି କହିବା ଅନୁଯାୟୀ , ୩ ଜଣ ଶ୍ରାବଣ ଜଳଲାଗି ପାଇଁ ଧାମନଗର ଥାନା ଅଧିନ ପାଟୁଳି ରୁ ଆରଡ଼ି ଅଭିମୁଖେ ବାହାରି ଥିଲେ । ବେତାଳି ଗାଁ ନିକଟ ବୈତରଣୀ ନଦୀ ଘାଟ ରୁ ପାଣି ଉଠାଇ ଯାଉଥବା ବେଳେ ଆରଡ଼ି ବସ ଷ୍ଟାଣ୍ଡ ନିକଟ ରେ ହିମାଂଶୁ ମାଝି ଙ୍କୁ ସାପ କାମୁଡିଥିଲା।

ସାଥି କାଉଡ଼ିଆ ମାନେ ହିମାଂଶୁ ଙ୍କୁ ସ୍ଥାନୀୟ ମେଡିକାଲ ରେ ନେଇଥିଲେ ।ସେଠାରେ କୌଣସି ଡାକ୍ତର କିମ୍ବା କର୍ମଚାରୀ ନଥିଲେ କିମ୍ବା ୧୦୮ ଆମ୍ବୁଲାନ୍ସ ମଧ୍ୟ ନଥିବାରୁ ମେଡ଼ିସିନ ଗାଡି ରେ ହିମାଂଶୁ ଙ୍କୁ ଭଦ୍ରକ ମେଡିକାଲ କୁ ଆଣିଥିଲେ ସାଥି କାଉଡିଆ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଆରଡ଼ି ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଥିଲେ ହିମାଂଶୁ ଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ତାଙ୍କ ଭାଇ କହିଛନ୍ତି ।

Leave a Reply

Your email address will not be published. Required fields are marked *